ପୁଲୱାମା ଆକ୍ରମଣ ପରେ ମୋଦି ସରକାରଙ୍କ ୫ ବଡ ନିଷ୍ପତ୍ତି ! ପାକିସ୍ତାନରୁ ଛଡାଇ ନିଆଗଲା ମୋଷ୍ଟ ଫେବୋର୍ଡ ନେସନର ସମ୍ନାନ । 

8,765

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେନ୍ଦ୍ରରେ ମୋଦି ସରକାରଙ୍କ ତରଫରୁ ବଡ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସୁରକ୍ଷା ମାମଲାରେ ନିଆଯାଇଥିବା କେନ୍ଦ୍ରିୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପାକିସ୍ତାନରୁ ମୋଷ୍ଟ ଫେୱର୍ଡ ନ୍ୟାସନ୍ ର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଛି । ଗୁରୁବାର ପୁଲୱାମାରେ ହୋଇଥିବା ଆକ୍ରମଣରେ ୩୭ ଯବାନ୍ ସହିଦ୍ ହୋଇ ଯାଇଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀ ରକ୍ତଚାଉଳ ଚୋବାଉଛନ୍ତି । ସିସିଏସ୍ ର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛଡା ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ,ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ,ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ୍ ସାମିଲ୍ ହୋଇଥିଲେ । ଏହି ବୈଠକରେ ବଡ ବଡ ନିଷ୍ପତ୍ତି ନିଆଗଲା ।

୧ . ପାକିସ୍ତାନରୁ ମୋଷ୍ଟ ଫେୱର୍ଡ ନ୍ୟାସନ୍ ର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଛି । ଅର୍ଥାତ୍ ଏବେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନକୁ ଟ୍ରେଡ୍ କରିବା ପାଇଁ ଯେଉଁ ସୁଯୋଗ ମିଳୁଥିଲା ତାହା ଏବେ ବନ୍ଦ ହୋଇଯିବ ।

୨ . ବିଦେଶ ମନ୍ତ୍ରାଳୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅଲଗା  କରିବା ପାଇଁ ସବୁ ଦେଶ ସହ କଥାବାର୍ତ୍ତା କରିବ । ଦୁନିଆ ସାମ୍ନାରେ ପାକିସ୍ତାନର ଆତଙ୍କପରସ୍ତୀ ଚେହେରାର ପର୍ଦ୍ଦାଫାସ୍ କରାଯିବ ।

୩ . ୧୯୮୬ ରେ ଭାରତ ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦର ପରିଭାଷାକୁ ବଦଳାଇବା ପାଇଁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ପାସ୍ କରିବା ପାଇଁ ସମ୍ପୁର୍ଣ୍ଣ ଚେଷ୍ଟା କରାଯିବ । ପ୍ରସ୍ତାବକୁ ପାସ୍ ପାଇଁ ଅନ୍ୟ ଦେଶ ଉପରେ ଚାପ ପ୍ରୟୋଗ କରାଯିବ ।

 

୪ . ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ସର୍ବଦଳୀୟ ବୈଠକ କରିବେ । ଏହି ବୈଠକରେ ରାଜନାଥ ସିଂହ ବିପକ୍ଷ ପାର୍ଟିଙ୍କ ସହ ବିସ୍ତାର ଭାବରେ ଆଲୋଚନା କରିବେ ।

୫ . ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦ ବିପକ୍ଷରେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ବହୁତ ବଡ ଭୁଲ୍ କରିଦେଲେ ଏବଂ ସେ ସେନାକୁ ମଧ୍ୟ ଖୋଲା ଛାଡି ଦେଇଛନ୍ତି ।

ଜେଟଲୀ ଏବଂ ନିର୍ମଳା ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି : ଆପଣଙ୍କୁ କହିରଖୁଛୁ ସିସିଏସ୍ ର ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ଏନେଇ ଗଣମାଧ୍ୟମକୁ ସ୍ପଷ୍ଟ  କରିଛନ୍ତି । ଅରୁଣ ଜେଟଲୀ କହିଥିଲେ ଯେ ବୈଠକରେ ପୁଲୱାମା ଆକ୍ରମଣ ସମୀକ୍ଷାର ଚର୍ଚ୍ଚା ହୋଇଥିଲା । ବୈଠକରେ ୨ ମିନିଟର ମୌନ ରଖାଯାଇଥିଲା । ସେ କହିଛନ୍ତି ଯେ ଯେଉଁ ଯବାନ୍ ମାନେ ଦେଶ ପାଇଁ ଜୀବନ ଦେଇଛନ୍ତି ତାଙ୍କୁ ଦେଶ ସଲାମ୍ କରୁଛି, ଗର୍ବ କରୁଛି । ବିଦେଶ ମନ୍ତ୍ରାଳୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅଲଗା କରିବା ପାଇଁ ସବୁ ସମ୍ଭାବିତ ପଦକ୍ଷେପ ନେବ । ବୈଠକରେ ନିଆଯାଇଥିବା ସବୁ ନିଷ୍ପତ୍ତିକୁ ପ୍ରଘଟ କରାଯିବ ନାହିଁ ।