ଆଜି ଦିଲ୍ଲୀ ଯିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ : ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅକୁ ଜିତାଇବାକୁ ଆହ୍ୱାନ ଦେଲେ ନବୀନ

136

କନକ ବ୍ୟୁରୋ : ଆଜି ଦିଲ୍ଲୀ ଗସ୍ତରେ ଯିବେ ଏନଡିଏ ରାଷ୍ଟପ୍ରତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେପିର ନେତାମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଗତକାଲି ରାତିରେ ଏମସିଏଲର ଗେଷ୍ଟ ହାଉସରେ ସେ ରାତ୍ରୀ ଯାପନ କରିଥିଲୋ ଆଜି ସକାଳେ ସେ ଦିଲ୍ଲୀ ଅଭିମୁଖେ ଯିବେ ବୋଲି ସୂଚନା ମିଳିଛି ।

ସେପଟେ, ଓଡିଆ ଝିଅକୁ ଜିତାଇ ଦିଅ । ଟୁଇଟ କରି ଏହି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ନବୀନ ଅପିଲ୍ କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି । ସେପଟେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେବା ରାଜ୍ୟ କଂଗ୍ରେସର ଅଡୁଆ ବଢାଇଛି । ଦଳର ନିଷ୍ପତି ଅନୁସାରେ ସମର୍ଥନ କରିବେ ବୋଲି କହିଛନ୍ତି କଂଗ୍ରେସ ନେତା । ସେପଟେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଆ ଜାତିକୁ ସର୍ବଶ୍ରେଷ୍ଠ ପୁରସ୍କାର ଦେଇଥିବା ବର୍ଣ୍ଣନା କରିଛି ରାଜ୍ୟ ବିଜେପି ।