ସରକାର ବଞ୍ଚାଇବାକୁ ଏମଭିଏ ମେଣ୍ଟର ପ୍ରୟାସ । ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ଓ ଏନସିପିର ପ୍ରସ୍ତାବ

300

କନକ ବ୍ୟୁରୋ : ଉଦ୍ଧବ ଠାକରେ ସରକାରୀ ବାସଭବନ ଛାଡିବା ପରେ  ମହାରାଷ୍ଟ୍ର ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ଉଦ୍ଧବଙ୍କ ସରକାରୀ  ବାସଭବନରୁ ମାତୋଶ୍ରୀ ପର୍ଯ୍ୟନ୍ତ ଶିବସେନା କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଉଦ୍ଧବଙ୍କ ସପକ୍ଷରେ ନାରାବାଜି କରିଛନ୍ତି ତାଙ୍କ ସମର୍ଥକ । ଏପଟେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ସହଯୋଗୀ ଦଳ କଂଗ୍ରେସ ଏବଂ ଏନସିପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି  । ଏକନାଥ ସିନ୍ଦେ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି ।

ତେବେ ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁୁ ୩୪ ଶିବସେନା ବିଧାୟକଙ୍କ ହସ୍ତାକ୍ଷର ସମ୍ବଳିତ ଚିଠି ରାଜ୍ୟପାଳଙ୍କୁ ଦେଇଛନ୍ତି ।  କିନ୍ତୁ ଶିବସେନା କହିଛି ସିନ୍ଦେଙ୍କ ସହ ଥିବା ୧୭ ବିଧାୟକ ମୁମ୍ବାଇ ଫେରିବାକୁ ପ୍ରସ୍ତୁତ ହୋଇରହିଛନ୍ତି । ସେପଟେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବିସ୍ ଦଳୀୟ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି୧ । ଦଳ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି ।  ବିଜେପି ପାଖରେ ୧୦୬ ବିଧାୟକ ରହିଥିବା ବେଳେ ସରକାର ଗଠନ ପାଇଁ ଆଉ ୩୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି ।