‘ମି ଠୁ’ ଜାଲରେ ବଲିଉଡର ଦବଙ୍ଗ ଖାନ୍ ! ସଲମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୂର୍ବତନ ବିଗବସ୍ ପ୍ରତିଯୋଗୀ ପୂଜା ମିଶ୍ରା ।

35

କନକ ବ୍ୟୁରୋ : ବଲିଉଡରେ ଏବେ ମି ଠୁ କ୍ୟାମ୍ପେନ୍ ଜୋର ଧରିଥିବା ବେଳେ ଏବେ ଏହି ଜାଲରେ ପଡିଛନ୍ତି ଅଭିନେତା ସଲମାନ୍ ଖାନ୍ । ସଲମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଗବସ୍ କଂଟେଷ୍ଟାଂଟ୍ ପୂଜା ମିଶ୍ରା । ସଲମାନ୍ ଓ ତାଙ୍କ ଦୁଇ ଭାଇ ଅରବାଜ୍ ଓ ସୋହେଲ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ପୂଜା କହିଛନ୍ତି । ଏହା ସହ ଅଭିନେତାରୁ ରାଜନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ମଧ୍ୟ ଗୁଣି ଗାରେଡି କରିଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି ପୂଜା । ଏକ ଭିଡିଓ ଜାରି କରି ତାଙ୍କ ଉପରେ ହୋଇଥିବା ନିର୍ଯାତନାର କାହାଣୀ କହିଛନ୍ତି ଏହି ଅଭିନେତ୍ରୀ ।

ବଲିଉଡରେ ‘ମି ଠୁ’ ଝଡ । ସଲମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯେ୍ଧଜ୍ଞ । ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା ମିଶ୍ରା । ମି ଠୁ କ୍ୟାମ୍ପେନରେ ଅନେକ ବଡ ବଡ କଳାକାରଙ୍କ ନାଁରେ ଅଭିଯୋଗ ଆସିବା ପରେ ଏବେ ପାଳି, ବଲିଉଡର ଷ୍ଟାର ଅଭିନେତା ସଲମାନ୍ ଖାନଙ୍କର । ସଲମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଗବସ୍ ପ୍ରତିଯୋଗୀ ପୂଜା ମିଶ୍ରା । ଏକ ଭିଡିଓ ଜାରି କରି ତାଙ୍କ ଉପରେ ହୋଇଥିବା ନିର୍ଯାତନାର କାହାଣୀ କହିଛନ୍ତି ମଡେଲ୍ ତଥା ଅଭିନେତ୍ରୀ ପୂଜା ମିଶ୍ରା ।

ଖାଲି ସଲମାନ୍ ନୁହେଁ ତାଙ୍କ ଅନ୍ୟ ଦୁଇ ଭାଇ ତଥା ବଲିଉଡ୍ ଅଭିନେତା ଅରବାଜ୍ ଓ ସୋହେଲ୍ ଖାନଙ୍କ ବିରୋଧରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୂଜା । ସୁଲତାନ୍ ଫିଲ୍ମର ସୁଟିଂ ବେଳେ ଦିଲ୍ଲୀର ଏକ ହୋଟେଲରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ପୂଜା । ବିଗବସ୍ ସେଟରେ ମଧ୍ୟ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ପୂଜା ମିଶ୍ରା ।

ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ଅଭିଯୋଗ । ସୋନାକ୍ଷୀଙ୍କ ପାଇଁ ବଳି ପଡିଲେ ପୂଜା । ଖାଲି ସେତିକି ନୁହେଁ, ଅଭିନେତା ତଥା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ପୂଜା ମିଶ୍ରା । ତାଙ୍କୁ ନଜରବନ୍ଦୀ ରଖାଯାଇ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦିଆଯିବା ସହ ଗୁଣି ଗାରେଡି ମଧ୍ୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସୋନାକ୍ଷୀ ସିହ୍ନା ଓ ମଲାଇକା ଅରୋରାଙ୍କ କ୍ୟାରିଅର୍ ଗଢିବା ପାଇଁ ଶତ୍ରୁଘ୍ନ ସିହ୍ନା ଓ ସଲମାନ୍ ଖାନଙ୍କ ପରିବାର ତାଙ୍କ ଜୀବନ ବରବାଦ କରି ଦେଇଥିବା ସେ କହିଛନ୍ତି । ବିଭିନ୍ନ ଫିଲ୍ମରେ ତାଙ୍କୁ ମିଳୁଥିବା ଭୂମିକାକୁ ସୋନାକ୍ଷୀଙ୍କୁ ଦେବା ସହ ସଲମାନ୍ ଓ ଶତ୍ରୁଘ୍ନ ତାଙ୍କ କାହାଣୀ ମଧ୍ୟ ଚୋରି କରି ଫିଲ୍ମ କରିଥିବା ଅଭିଯୋଗ କରିଛନ୍ତି ପୂଜା ।

ଏମିତି କି ଦବଙ୍ଗ୍ ଫିଲ୍ମ ପାଇଁ ମଧ୍ୟ ପ୍ରଥମେ ତାଙ୍କୁ ଲିଡ୍ ରୋଲ୍ ମିଳିଥିଲା । କିନ୍ତୁ ପରେ ତାଙ୍କ ବଦଳରେ ଏହି ଭୂମିକାରେ ସୋନାକ୍ଷୀଙ୍କୁ ନିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ପୂଜା । ଏପରିକି ସମସ୍ତେ ମିଶି ତାଙ୍କ ବାପାଙ୍କୁ ମାରି ଦେଇଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ପୂଜା ମିଶ୍ରା । ନିଜ ଉପରେ ହୋଇଥିବା ନିର୍ଯାତନାର କାହାଣୀକୁ ଦୃଢତାର ସହ କହୁଥିବା ପୂଜା ମିଶ୍ରା କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି । ଏହା ସହ ନିଜ କୁକର୍ମ ପାଇଁ ସଲମାନ୍ ଓ ଶତ୍ରୁଘ୍ନ ସର୍ବସାଧାରଣରେ କ୍ଷମା ଭିକ୍ଷା କରିବା ଯାଏ ତାଙ୍କ ଲଢେଇ ଜାରି ରହିବ ବୋଲି କହିଛନ୍ତି ପୂଜା ।