ମାଲକାନଗିରି ସୀମାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ପୋଲିସ ଗୁଳିରେ ୧୪ ମାଓବାଦୀ ମୃତ, ସମସ୍ତ ମୃତ ଦେହକୁ ଉଦ୍ଧାର କଲା ପୋଲିସ

41

କନକ ବ୍ୟୁରୋ : ମାଲକାନଗିରି ସୀମାରେ ପୁଣି ଥରେ ମାଓବାଦୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ମାଓବାଦୀମାନେ ରହୁଥିବାର ପୋଲିସ ଖବର ପାଇଥିଲେ । ତେବେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହେଯାଗରେ ଏହି ଅପରେସନ କରାଯାଇଥିଲା । ତେବେ ସମସ୍ତ ମାଓବାଦୀଙ୍କ ମୃତ ଦେହ ମିଳିଥିବା ସହ ଘଟଣା ସ୍ଥଳରୁ ୧୬ଟ ବନ୍ଧୁକ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମିଳିଥିବା ସୁକମା ଏସପି ଅଭିଷେକ ମୀନ ସୂଚନା ଦେଇଛନ୍ତି ।

 

ବର୍ତ୍ତମାନ ସମୟରେ ମଧ୍ୟ ସେଠାକାର ଜଙ୍ଗଲରେ କମ୍ବିଂ ଅପରେସନକୁ ଯୋରଦାର କରାଯାଇଛି । ଗତ କିଛି ଦିନ ହେଲା ମାଓବାଦୀମାନେ ସଦିଦ ଦିବସ ପାଳନ କରୁଥିଲେ । ତେବେ ଗତ ଶନିବାର ଦିନ ମାଓବାଦୀମାନେ ଏକ ଟ୍ରକକୁ ଜାଳିଦେବା ସହ ଡ୍ରାଇଭରକୁ ଜିଅନ୍ତା ଜାଳିଦେଇଥିଲେ । ପରେ ରାୟଗଡାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ୧୫ କିଲୋଗ୍ରାମ ଓଜନର ଟିଫିନ ବୋମା ଓ ଲ୍ୟାଣ୍ଡମାଇନ ରଖିଥିଲୋ । ତେବେ ଏହି ବିଷୟରେ କୈାଣସି ମତେ ପୋଲିସ ଖବର ପାଇବା ସହ ଉକ୍ତ ବୋମାକୁ ଡଗସ୍ୱାର୍ଡ ଦ୍ୱାରା ତାହାକୁ ବାହାର କରିବା ସହ ନିଷ୍କ୍ରୟ କରଥିଲେ । ତେବେ ବାରମ୍ବାର ମାଓବାଦୀମାନେ ପୋଲିସଙ୍କୁ ଟାର୍ଗେଟ କରିବା ସହ ଅନେକ ନିରୀହ ଲୋକମାନଙ୍କୁ ଜିଅନ୍ତା ମାରିବାର ଖବର ମଧ୍ୟ ମିଳିଛି । ତେବେ ଗତକାଲି ମାଓବାଦୀମାନେ ପ୍ରଜାମେଳି କରିବା ସହ ନିକଟରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଗୁରୁପ୍ରିୟା ସେତୁକୁ ବିରୋଧ କରିଥିଲେ ।