କଣାସରେ ପୋଲିସ-ଜନତା ମୁହାଁମୁହିଁ! ୧୪୪ ଧାରା ଜାରି ସତ୍ୱେ ତହସିଲ ଅଫିସ ସାମ୍ନାରେ ଉତ୍ତେଜନା

36

କନକ ବ୍ୟୁରୋ : ୧୪୪ ଧାରା ଜାରି ସତ୍ୱେ ଉତେଜନା । କଣାସ ତହସିଲଦାର ଅଫିସ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ପୋଲିସ-ଜନତା । ତହସିଲଦାରଙ୍କ ବଦଳି ଦାବି କରି ଆଇନ ଅମାନ୍ୟ କଲା କଣାସ ସୁରକ୍ଷା ମଂଚ । ଶହ ଶହ ଲୋକ ତହସିଲ ଅଫିସକୁ ପଶିବା ବେଳେ ଅଟକାଇବାକୁ ଉଦ୍ୟମ କରିଥିଲା ପୋଲିସ । ହେଲେ ରାସ୍ତାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଛି ।

vlcsnap-2017-12-29-20h42m04s884ତହସିଲଦାର ବନାମ ଜନତା । କଣାସ ରାସ୍ତାରେ ଖଣ୍ଡଯୁଦ୍ଧ । ପୋଲିସ-ଜନତା ମୁହାଁମୁହିଁ । ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ କଣାସ ତହସିଲ କାର୍ଯ୍ୟାଳୟ ବାହାରେ ମୁହାଁମୁହିଁ ହୋଇଥିଲେ ପୋଲିସ-ଜନତା । ଯେଉଁଠି ତହସିଲ ଅଫିସ ପରିସରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ ଶହ ଶହ ଲୋକ । ଆଉ ଅଟକାଇବାକୁ ଉଦ୍ୟମ କରୁଥିଲା ପୋଲିସ । ସବୁଠୁ ବଡ କଥା ହେଲା ୧୪୪ ଧାରା ଜାରି ସତ୍ୱେ ଏଠାରେ ଦେଖା ଦେଇଥିଲା ଉତେଜନା । ଆଇନ ଅମାନ୍ୟ କରି କଣାସ ତହସିଲ ଅଫିସ ଘେରାଉ କରିବାକୁ ଉଦ୍ୟମ କରିଥିଲେ ଶତାଧିକ ଜନତା । ଆଉ ଅଟକାଇବାକୁ ଯାଇ ପୁଲିସ ଓ ଜନତାଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି ।

ତେବେ ଘଟଣାର ସୂତ୍ରପାତ ହୋଇଥିଲା ଡିସେମ୍ବର ୯ ତାରିଖରୁ । ଅଫିସ ଭତରେ ପଶି କଣାସ ତହସିଲଦାର ସଂଜୟ ପ୍ରତିହାରୀଙ୍କୁ ଆକ୍ରମଣ କରିଥିଲେ କିଛି ଯୁବକ । ଏନେଇ ମାମଲା ଥାନାରେ ପହଁଚିବା ସହ ଆଗକୁ ବଢିଥିଲା ବିବାଦ । ଆଉ ତହସିଲଦାରଙ୍କୁ ଚାଷୀ ବିରୋଧୀ ଅଭିଯୋଗ କରି ତାଙ୍କ ବଦଳି ଦାବି କରିଥିଲା କଣାସ ସୁରକ୍ଷା ମଂଚ । ଘଟଣାରେ ୫୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି ପୁଲିସ ।