ହାଇଦର ପାଇଁ ଆଲର୍ଟରେ ପୋଲିସ । ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ । କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ 

254

କନକ ବ୍ୟୁରୋ: କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା । ହାଇଦର ପାଇଁ ଆଲର୍ଟରେ ପୋଲିସ । ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି । ହାଇଦରକୁ ଧରିବାକୁ ଏବେ ଜୋରଦାର ଅପରେସନ ଆରମ୍ଭ କରିଛି ପୋଲିସ ।

ଏନେଇ କଟକ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କୁ ଅଚେତ କରି ଫେରାର ହୋଇଛି ହାଇଦର । ସବୁ ଟିମକୁ ଆଲର୍ଟ କରିଦିଆଯାଇଛି । ଖୁବ ଶୀଘ୍ର ହାଇଦରକୁ ଧରିବାରେ ସଫଳ ହେବୁ ।

ଆଜି କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯାଇଛି । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଫେରାର ହୋଇଛି ହାଇଦର । ଚିକିତ୍ସା ହେବାକୁ ଆସି ପୋଲିସକୁ ଚକମା ଦେଇ ଫେରାର ହେଇଗଲା କୁଖ୍ୟାତ ଅପରାଧୀ ହାଇଦର ।