କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଫେରାର ହେଲା ହାଇଦର ।

441

କନକ ବ୍ୟୁରୋ: କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଫେରାର ହେଲା ହାଇଦର । ହାଇଦର ଫେରାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଲା ସୂଚନା । ଚିକିତ୍ସା ହେବାକୁ ଆସି ପୋଲିସକୁ ଚକମା ଦେଇ ଫେରାର ହେଇଗଲା କୁଖ୍ୟାତ ଅପରାଧୀ ହାଇଦର ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କଡା ସୁରକ୍ଷା ବଳୟକୁ କିଭଳି ଭେଦ କଲା ହାଇଦର? ୧୦ ଦିନ ହେବ ଫେରାର ହେବାକୁ ଯୋଜନା କରିଥିବା ସୂଚନା ମିଳିଛି । ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ଚମ୍ପଟ ମାରିଲା କି ହାଇଦର? ହାଇଦରକୁ ଫେରାର ହେବାରେ ସହଯୋଗ କଲା କିଏ? ଗତକାଲି ସନ୍ଧ୍ୟାରେ ହାଇଦରର ପୂରା ପରିବାର କଟକ ଛାଡିଥିବା ସୂଚନା । ବର୍ତ୍ତମାନ ଏଭଳି ପ୍ରଶ୍ନ ଘେରରେ ରହିଛି ହାଇଜଦର ।