ବିହାର ପାଟଣାରେ ମୋଦି ! ପୂର୍ଣ୍ଣିୟାରେ ବନ୍ୟା ପ୍ରଭାବିତ ଅଂଚଳ ବୁଲିଲେ ପ୍ରଧାନମନ୍ତ୍ରୀ

43

କନକ ବ୍ୟୁରୋ: ଆଜି ବିହାର ରାଜଧାନୀ ପାଟଣା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଟଣା ପୂର୍ଣ୍ଣିୟାରେ ବନ୍ୟା ପ୍ରଭାବିତ ଅଂଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସହ ହେଲିକପ୍ଟରରେ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି ମୋଦି ।

ଏଥିସହିତ ବିହାରକୁ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚଳିତ ବର୍ଷ ବିହାରରେ ପ୍ରଳୟଙ୍କାରୀ ବନ୍ୟାରେ ପାଖାପାଖି ୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଥିଲେ ।