କେନ୍ଦ୍ରାପଡା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଆୟୋଜିତ ହେବ ବିଶାଳ ଜନସଭା ।

1,385

କନକ ବ୍ୟୁରୋ: ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଆସିବେ ମୋଦୀ । ୪ ଲକ୍ଷ କର୍ମୀ ଓ ଜନତାଙ୍କୁ ନେଇ ହେବ ମୋଦୀଙ୍କ ସଭା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଆସି କେନ୍ଦ୍ରାପଡ଼ା ଲୋକସଭା ଓ ମାହାଙ୍ଗା ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତ କୋଇଲି ବଜାର ବନ୍ଧନ ମଣ୍ଡପରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି ଏକଥା କହିଛନ୍ତି ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

ବିଜେପିର ମାହାଙ୍ଗା ବିଧାନସଭା ପ୍ରାର୍ଥୀ ସୁମନ୍ତ ଘଡ଼ାଇ, କେନ୍ଦ୍ରାପଡ଼ା ଲୋକସଭା ଆସନ ବିଜେପି ସଂଯୋଜକ ସୁନାକର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ସାମଲ ମଧ୍ୟ ଯୋଗଦେଇଥିଲେ ।