କାମ ଦେଲା ପ୍ରଚାର, ଟିକା ନେବା ପାଇଁ ସକାଳୁ ଲାଗିଛି ଧାଡ଼ି : ସମ୍ବଲପୁର କୁଚିଣ୍ଡା ଅଂଚଳରୁ ଆସିଲା ଚିତ୍ର

 ଟିକା ନନେଲେ ସରକାରୀ ଯୋଜନା ବନ୍ଦ କରିବାକୁ କରାଯାଇଥିଲା ପ୍ରଚାର

115

କନକ ବ୍ୟୁରୋ : କାମ ଦେଲା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚତେନତା ।  ଦ୍ୱିତୀୟ ଡୋଜ ଟିକା ନ ନେଲେ ସରକାରୀ ଯୋଜନାରୁ ବଂଚିତ ହେବ ବୋଲି ପ୍ରଶାସନ ଚେତାବନୀ ଦେବା ପରେ  ଲୋକେ ଟିକା ନେବାକୁ ଆଗେଇ ଆସିଛନ୍ତି ।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ସ୍ଥିତି ଦେଖାଦେଇଛି ।

କୁଚିଣ୍ଡା ତଥା ଆଖାପାଖ ଅଂଚଳର ଅନେକ ଲୋକ ପ୍ରଥମ ଡୋଜ ଟିକା ଦେବାର ୮୪ ଦିନ ପରେ ବି  ଦ୍ୱିତୀୟ ଡୋଜ ଟିକା ନେବାକୁ  ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ଗୋବିନ୍ଦପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ  ଏକ ନିଷ୍ପତ୍ତି ନେଇଥିଲେ ।  ଟିକା ନ ଦେଲେ ହିତାଧିକାରୀ  ସରକାରୀ ସୁବିଧାର ବଂଚିତ ହେବେ ବୋଲି ଡାକିବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା ।  ଏହା ପରେ  ଲୋକେ ଟିକା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି ।  ଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରର ଏହି ଚିତ୍ର ବୟାନ କରୁଛି  ଲୋକେ ଟିକା ନେବା ପାଇଁ କେତେ ଆଗ୍ରହୀ  ଅଛନ୍ତି ।