ଡ୍ରଗ୍ସ କେସରେ ଫସିଲା ପୁଅ: ଶାହାରୁଖଙ୍କ ବ୍ରାଣ୍ଡ୍ ଭ୍ୟାଲ୍ୟୁ ଉପରେ ପଡିବକି ପ୍ରଭାବ?

140

କନକ ବ୍ୟୁରୋ: ପୁଅ ଆରୟନ ଡ୍ରଗ୍ସ ମାମଲାରେ ଫସିବା ପରେ ଏବେ ଶାହାରୁଖଙ୍କ ଚିନ୍ତା ବଢିଯାଇଛି । ଆରୟନର ଏହି ଘଟଣା ପରେ ଶାହାରୁଖଙ୍କ ବ୍ରାଣ୍ଡ ଭ୍ୟାଲ୍ୟୁ ଉପରେ ପ୍ରଭାବ ପଡିବକି ନାହିଁ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି ।

ପୁଅର ଡ୍ରଗ୍ସ କେସରେ ଫସିବା ପରେ ଶାହାରୁଖଙ୍କ ହାତରୁ BYJU ର ବିଜ୍ଞାପନ ଚାଲିଯାଇଛି । ଏବେ ସୋସିଆଲ ମିଡିଆରେ boycott-SRK-Related – Brands ଟ୍ରେଣ୍ଡ ଚାଲିଛି । ୟୁଜର୍ସ ପକ୍ଷରୁ ଅଭିଯୋଗ ହେବା ପରେ BYJUନିଜ ବ୍ରାଣ୍ଡରୁ ଶାହାରୁଖଙ୍କୁ ହଟାଇବାକୁ ବାଧ୍ୟ ହୋଇଥିଲା । ହେଲେ ଅନ୍ୟ ବିଜ୍ଞାପନ କମ୍ପାନୀ ଗୁଡିକର ଶାହାରୁଖଙ୍କ ପ୍ରତି କି ମନୋଭାବ ରହିବ ସେ ନେଇ ତାଙ୍କ ପଶଂସକ ମହଲରେ ଆଲୋଚନା । ପେପସି, ହୁଣ୍ଡାଇ, ଏଲଜି, ଦୁବାଇ ଟୁରିଜିମ୍, ଫ୍ରୁଟି, ଲକ୍ସ ସାବୁନ୍, ଫେୟାର ଆଣ୍ଡ ହ୍ୟାଣ୍ଡସମ୍ ପରି ଏକାଧିକ ବିଜ୍ଞାପନର ବ୍ରାଣ୍ଡ ଆମ୍ବାସଡର ଭାବେ କାମ କରୁଥିଲେ ଶାହାରୁଖ । ହେଲେ ଆରୟନ ଖାନଙ୍କ ଡ୍ରଗ୍ସ ମାମଲା ପରେ ଏନେଇ ଅନିଶ୍ଚିତତା ଦେଖାଦେିଛି । ଏବେବି ଏଲଜି କମ୍ପାନୀରେ ଦେଖାଯାଉଛନ୍ତି ଶାହାରୁଖ । କମ୍ପାନୀ ମୁଖ୍ୟଙ୍କ କହିବା କଥା , ବିଜ୍ଞାପନ ବାବଦରେ ଯାଜନା ମାସକୁ ପୂର୍ବରୁ ବିଦ୍ଧବଧ ଭାବେ କରାଯାଏ । ତେଣୁ ଏତେ ଶୁଘ୍ର ଏବାବଦରେ କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ ।

 

ଅନ୍ୟପକ୍ଷରେ ଆଲକେମିଷ୍ଟ ମାର୍କେଟିଙ୍ଗ ସଲ୍ୟୁସନର ସିଇଓଙ୍କ ମତରେ, ୟୁଜର୍ସଙ୍କ ମତାନୁସାରେ ବ୍ରାଣ୍ଡ ଆମ୍ବାସାଡର ଭାବେ ଶାହାରୁଖଙ୍କ ଉପରେ ପ୍ରଭାବ ପଡିପାରେ । କିନ୍ତୁ ଜଣେ ଅଭିନେତା ଉପରେ ତାଙ୍କ ଉପରେ କିଛି ପ୍ରଭାବ ପଡିବ ନାହିଁ । କାରଣ ଏହା ପୂର୍ବରୁ ଦୀପିକା ପାଦୁକୋନ ମଧ୍ୟ ଡ୍ରଗ୍ସ ମାମଲାରେ ଫସିଥିଲେ ବି ତାଙ୍କ ଅଭିନୟ କରିଅରରେ ଏହାର କିଛି ପ୍ରଭାବ ପଡିନାହିଁ ।