ଟ୍ରେନ୍ ବାହାରୁ ଦୁଧସାଗରର ଅପୂର୍ବ ଦୃଶ୍ୟକୁ କଏଦ୍ କଲା କ୍ୟାମେରା । ଦୁଧସାଗରର ଭିଡ଼ିଓ ସେୟାର୍ କଲା ରେଳ ମନ୍ତ୍ରାଳୟ । 

344

କୁହନ୍ତି ନା’ ବଣର ସବୁଜିମା ସହରରେ କାଇଁ ? ଠିକ୍ ସେହିଭଳି ଭାରତରେ ପ୍ରକୃତିର ଗନ୍ତାଘର ଏତେ ଅଛି ଯେ ଭ୍ରମଣ କରିବାକୁ ହେଲେ ବିଦେଶ ଯାତ୍ରାର କୌଣସି ଆବଶ୍ୟକତା ନାହିଁ । ସୁଉଚ୍ଚ ପାହାଡ଼ଠାରୁ ଆରମ୍ଭ କରି ସବୁଜ ବନାନି , ଘଞ୍ଚ ଜଙ୍ଗଲ ଓ ସୁନ୍ଦର ଝରଣାର ସୌନ୍ଦର୍ଯ୍ୟ କାହାକୁ ବି ଭାରତରେ ବାନ୍ଧି ରଖିବାରେ ସିଦ୍ଧହସ୍ତ । ଏହିଭଳି ଏକ ସୁନ୍ଦର ସ୍ଥାନ ଭିତରୁ ଗୋଆ ମଧ୍ୟ ଅନ୍ୟତମ । ଏଠାରେ ୧୦୧୭ ଫୁଟ୍ ଉଚ୍ଚରେ ଥିବା ଦୁଧସାଗର ଝରଣା କାହାକୁ ବି କିମିଆ କରିବାର ସାମର୍ଥ୍ୟ ରଖେ । ଭାରତର ସବୁଠାରୁ ଉଚ୍ଚ ଏବଂ ସୁନ୍ଦର ଝରଣା ଭିତରୁ ଗୋଟିଏ ହେଉଛି ଦୁଧସାଗର ଝରଣା । ଝରଣାର ପାଣି କ୍ଷୀରଠାରୁ ଅଧିକ ସଫା ହୋଇଥିବାରୁ ଏହାର ନାଁ ଦୁଧସାଗର । 

 

View this post on Instagram

 

A post shared by Ministry of Railways (@railminindia)

ତେବେ ବର୍ତ୍ତମାନ ଏହି ଝରଣା ପାଖରୁ ଅତିକ୍ରମ କରୁଥିବା ଏକ ଟ୍ରେନର ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଠାରେ ପ୍ରକୃତି ଏବଂ ରେଳଯାତ୍ରାର ଅଦ୍ଭୁଦ ଯୁଗଳବନ୍ଦୀ ଦେଖିôବାକୁ ମିଳୁଛି । ଭିଡ଼ିଓଟିକୁ ରେଳ ମନ୍ତ୍ରାଳୟ ପକ୍ଷରୁ ସେୟାର୍ କରି ଲେଖାଯାଇଛି ଯେ , “ପଶ୍ଚିମଘାଟ ସ୍ଥିତ ଦୁଧସାଗର କୌଣସି ସ୍ୱର୍ଗଠାରୁ କମ୍ ନୁହଁ । ଗୋଆ ଏବଂ ବାଙ୍ଗାଲୋରକୁ ସଂଯୋଗ କରୁଥିବା ଏହି ରେଳଧାରଣାର ସୁନ୍ଦର ଦୃଶ୍ୟ ଏବେ ଆପଣ ଦେଖୁଛନ୍ତି ।”

ଭିଡ଼ିଓରେ ମଣ୍ଡୋବୀ ନଦୀର ପାଣି ଖୁବ୍ ସୁନ୍ଦର ଭାବେ ତଳକୁ ଖସୁଥିବାର ଦେଖାଯାଉଛି । ଦୁଧସାଗର ଝରଣାରୁ ସତେଜ ଦୁଗ୍ଧ ଭାସିଆସିଲା ପରି ପ୍ରତୀତ ହେଉଛି । ତେବେ ମଣ୍ଡୋବୀ ନଦୀର ପଶ୍ଚିମ ଘାଟଠାରୁ ପଣଜୀ ଗଲା ସମୟରେ ଏହି ଜଳପ୍ରପାତ ପଡ଼େ । ଯାହା ଭଗବାନ ମହାବୀର ସେଞ୍ଚୁରୀ ଓ ମୋଲମ୍ ନ୍ୟାସନାଲ୍ ପାର୍କରେ ଅବସ୍ଥିତ । ଏହି ଝରଣାର ଉଚ୍ଚତା ୩୧୦ ମିଟର ।