ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଗତ ୪ ଦିନରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୨ ପଇସା ବୃଦ୍ଧି, ଡିଜେଲ ବଢ଼ିଲା ୧ ଟଙ୍କା ୧୩ ପଇସା

184

କନକ ବ୍ୟୁରୋ : ନିର୍ବାଚନ ସରିଲା, ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଲଗାତର ବଢ଼ିଚାଲିଛି ତେଲ ଦର । ଭୁବନେଶ୍ୱରରେ ଗତ ୪ ଦିନରେ ପେଟ୍ରୋଲ ଲିଟର ପିଛା ୯୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୧ ଟଙ୍କା ୧୩ ପଇସା ବୃଦ୍ଧି ପାଇଛି । ଯାହାକୁ ବିରୋଧ କରିଛି ବିଜେଡି । ବିଜେଡି ମୁଖ୍ୟାଳୟର ସାଧାରଣ ସଂପାଦକ ସଂଜୟ ଦାସବର୍ମା ପ୍ରେସ ରିଲିଜ ଜାରି କହିଛନ୍ତି, କେନ୍ଦ୍ର ସରକାର ତୁରନ୍ତ ତେଲ ଦର ହ୍ରାସ କରନ୍ତୁ । ନହେଲେ ବିଜେପି ସରକାରଙ୍କ ଦୋମୁହାଁ ନୀତିର କଡ଼ା ଜବାବ ଦିଆଯିବ ।
ମହାମାରୀ କରୋନା ପାଇଁ ଦେଶବାସୀ କଲବଲ ହେଉଛନ୍ତି । ଲକଡାଉନ୍ ସଟଡାଉନ୍ ପାଇଁ ରୋଜଗାର ହରାଉଛନ୍ତି ଲୋକେ । ଗରିବୀ ବଢି ଚାଲିଛି । ଆଉ ଏହାରି ମଧ୍ୟରେ ଦର ବୃଦ୍ଧି ଲୋକଙ୍କୁ ଆହୁରି କଷ୍ଟ ଦେଉଛି । ତୈଳ ଦର ବୃଦ୍ଧି ହେବାରୁ ଟ୍ରାନ୍ସପୋଟିଂ ଚାର୍ଜ ବଢୁଛି । ଯେଉଁଥି ପାଇଁ ଅନ୍ୟାନ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି । ସେପଟେ ଖାଇବା ତେଲ ଏବଂ ଗ୍ୟାସର ଦର ବୃଦ୍ଧି ହୋଇଥିଲା, ଯାହା ଲୋକଙ୍କ ପକେଟ୍ ଉପରେ ବଡ ପ୍ରଭାବ ପକାଉଥିବା ବେଳେ ଏବେ ପେଟ୍ରୋଲ-ଡିଜେଲର ଦର ପୁଣି ବୃଦ୍ଧି ହେବା ନିହାତି ଭାବେ ଲୋକଙ୍କୁ ହାରାସ କରିବ