କନକ ବ୍ୟୁରୋ : ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ଆଜି ସାମାନ୍ୟ କମିଛି ସଂକ୍ରମଣ । ଗତକାଲି କରୋନା ସଂକ୍ରମଣ ୧୧ ହଜାର ପର କରିଥିଲା । କିନ୍ତୁ ଆଜି ଟିକେ ଆଶ୍ୱସ୍ତି ମିଳିଛି ।
ଗତ ୨୪ ଘଂଟାରେ ସାମନ୍ୟ କମିଛି ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛି ୧୦,୬୩୫ ନୂଆ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛି । ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରେ ୧୫୬୪ ନୂଆ ପଜିଟିଭ୍ ମାମଲା ଆସିଛି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼ । ସୁନ୍ଦରଗଡ଼ ଜିଲ୍ଲାରେ ୯୪୩ ମାମଲା ଆସିଛି । ସେହିପରି କଟକରେ ଚିହ୍ନଟ ହୋଇଛନ୍ତି ୮୮୭ ମାମଲା ।
ରାଜ୍ୟରେ ଲକଡାଉନ୍ ଜାରି ରହିଛି । ରାଜଧାନୀରେ କରୋନା କଟକଣା ଯୋରଦାର ହେଉଛି । ଯଦି କଟକଣା ମାନି ଲୋକେ ସଚେତନ ରହିବେ ତେବେ ଯାଇ ସଂକ୍ରମଣ ଚନକୁ ଭାଙ୍ଗିହେବ ।
ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୬୩୫ ନୂଆ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରେ ସର୍ବାଧିକ
/kanak/media/post_attachments/wp-content/uploads/2021/05/WhatsApp-Image-2020-06-21-at-11.25.41-AM-1.jpeg)