ସ୍ମିତାରାଣୀ ହତ୍ୟାକାଣ୍ଡ : ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରୂପେଶ ! ପୂର୍ବରୁ ଜିଲ୍ଲା ଦୌରାଜଜ୍ ଜାମିନକୁ କରିଛନ୍ତି ଖାରଜ

328

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରା ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ୩୦ ତାରିଖରେ ଯାଜପୁର ଜିଲ୍ଲା ଦୌରାଜଜ୍ ରୁପେଶଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଗତକାଲି ହାଇକୋର୍ଟରେ ରୁପଶେ ଭଦ୍ରାଙ୍କ ଓକିଲ ବେଲ ପାଇଁ ଆବେଦନ କରିଛନ୍ତି ।

ହାଇକୋର୍ଟରେ ରୁପେଶ ଭଦ୍ରାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରେ । ସ୍ମିତାରାଣୀ ବିଶ୍ୱାଳ ହତ୍ୟା ମାମଲାରେ ରୁପେଶ ଭଦ୍ରା ଏବେ ଜେଲରେ ଅଛନ୍ତି ।