ଅମରିନ୍ଦର ସିଂହଙ୍କ ପତ୍ନୀ ପରନୀତ କୌର କଂଗ୍ରେସରୁ ସସପେଣ୍ଡ । ଦଳ ଦର୍ଶାଇଲା ଏହି କାରଣ …

226

କନକ ବ୍ୟୁରୋ: କଂଗ୍ରେସ ପଞ୍ଜାବରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନୁଶାସନ କମିଟି ଦଳୀୟ ସଂସାଦ ପରନୀତ କୌରଙ୍କୁ ଦଳରୁ ନିଲମ୍ବନ କରିଛି । ପରନୀତ କୌର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ । ପରନୀତଙ୍କୁ ଦଳରୁ ତିନିଦିନ ପାଇଁ ନିଲମ୍ବନ କରାଯାଇଛି । ଏହା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।

ନୋଟିସରେ ସାଂସଦ ପରନୀତ କୌରଙ୍କୁ ପ୍ରଶ୍ନ କରାଯାଇଛି ଯେ, ତାଙ୍କୁ କାହିଁକି ଦଳରୁ ବାହାର କରାଯିବନାହିଁ । ପରନୀତ କୌରଙ୍କ ବିରୋଧରେ ଦଳ ବିରୋଧରେ କାମ କରୁଥିବା ଅଭିଯୋଗ ହୋଇଛି । ପଟିଆଲାରୁ ଲୋକସଭା ସାଂସଦ ଥିବା ପରନୀତ କୌର ଦଳ ବିରୋଧରେ କାମ କରୁଥିବା ଅଭିଯୋଗ କରାଯାଇଛି । ଅନୁଶାସନ କମିଟିର କହିବା କଥା ଯେ, ପରନୀତଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୌରଙ୍କ ଉପରେ ଅଭିଯୋଗ ରହିଛି ଯେ ଦଳ ବିରୋଧରେ ସେ କାମକରୁଛନ୍ତି ଯେଉଁ କାରଣରୁ ବିଜେପିକୁ ଏହାର ଫାଇଦା ମିଳୁଛି ।

କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ପଞ୍ଜାବ ପିସିସି ସଭାପତି ଅମରିନ୍ଦର ସିଂହ ରାଜା ୱାରିଂଙ୍କ ତରଫରୁ ଅଭିଯୋଗ ଆସିଥିଲା । ପରନୀତ କୌର ବିଜେପିକୁ ସହଯୋଗ କରୁଥିବା ସହ ଦଳ ବିରୋଧରେ କାମ କରୁଛନ୍ତି ।