ସାହସ ଯୋଗାଇଲା ପରୀ ରଥ ! ୭ ଦିନ ପରେ ଦୁଷ୍କର୍ମ ହୋଇଥିବା କହିଲେ ପୀଡ଼ିତା, ଅଭିଯୁକ୍ତ ଅଟକ

45

କନକ ବ୍ୟୁରୋ : ଦୁଷ୍କର୍ମର ଶିକାର ପୀଡିତାଙ୍କୁ ସାହାସ ଯୋଗାଉଛି ରାଜ୍ୟ ପୁଲିସର ପରୀ ରଥ । ଭୟ ଓ ଲୋକଲଜ୍ଜାରେ ନିଜ ସହ ଘଟିଥିବା ଘଟଣାକୁ ଲୁଚାଇ ରଖୁଥିବା ପୀଡିତା ଶେଷରେ ମୁହଁ ଖୋଲିଛନ୍ତି । ଝାରସୁଗୁଡାରେ ଆୟୋଜିତ ପରୀ ରଥ ସଚେତନତା କାଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଦୁଷ୍କର୍ମ ଘଟଣା ବାବଦରେ ପରିବାର ଲୋକଙ୍କୁ କହିଛନ୍ତି ପୀଡିତା ।

ବଳାକ୍ରାରୀ ବିରୋଧରେ ମୁହଁ ଖୋଲିବା ପାଇଁ ସାହାସ ଯୋଗାଇଲା ପରୀ ରଥ । ଶିଶୁ କନ୍ୟାଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ପରୀ ରଥ ସଚେତନ କରାଇବା ପରେ ପରିବାର ଆଗରେ ଦୁଷ୍କର୍ମ ଘଟଣା କହିଲେ ପୀଡିତା । ଆଉ ପୀଡିତାଙ୍କ ମୁହଁରୁ ସବୁ ଶୁଣିବା ପରେ ଘଟଣାର ୭ ଦିନ ପରେ ଥାନାରେ ପହଂଚିଛି ଦୁଷ୍କର୍ମ ମାମଲା । ଏଭଳି ଘଟଣା ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ଥାନା ଅଂଚଳରୁ ସାମ୍ନାକୁ ଆସିଛି । ନାବାଳିକାଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ଏବଂ ଅପରାଧ ବିରୋଧରେ ଝାରସୁଗୁଡାରେ ପରୀ ରଥ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସାହାସ ଜୁଟାଇ ନିଜ ସହ ହୋଇଥିବା ଦୁଷ୍କର୍ମ ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇଥିଲେ ପୀଡିତା ।

ପୀଡ଼ିତା ଜଣକ ଦୁର୍ଷ୍କମ ଅଭିଯୋଗ ଆଣିବା ପରେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଝାରସୁଗୁଡା ଜନସେବା ଏକତା ମଂଚ । ସେପଟେ ରେଙ୍ଗାଳି ପୁଲିସ ପୀଡିତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି । ନାବାଳିକାଙ୍କ ସହ ହେଉଥିବା ଅତ୍ୟାଚାର ବିରୋଧରେ ଲୋକଙ୍କୁ ସଚେତନ କରାଇବା ପାଇଁ ରାଜ୍ୟ ପୁଲିସର ପରୀ ରଥ ଗାଁ ଗାଁ ବୁଲୁଛି ।