କ୍ଷମା ମାଗିଲେ ପପୁ : ରାନୁ ମଣ୍ଡଳଙ୍କୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଭିଡ଼ିଓ ପ୍ରସ୍ତୁତ କରିଥିବା କହି ସଫେଇ ଦେଲେ ହାସ୍ୟଭିନେତା

1,153

କନକ ବ୍ୟୁରୋ : ଭୁଲ କରୁଛନ୍ତି ଆଉ କ୍ଷମା ମାଗୁଛନ୍ତି । ବାରମ୍ବାର ଭୁଲର ପୁନରାବୃତ୍ତି ହେଉଛି ସତ ହେଲେ ଭୁଲ ସୁଧାରୁନାହାନ୍ତି ଓଲିଉଡ଼ର ହାସ୍ୟଭିନେତା ପପୁ ପପୁ ପମପମ୍ । ରାନୁ ମଣ୍ଡଳଙ୍କ ବ୍ୟଙ୍ଗ କରି ଭିଡ଼ିଓ ପୋଷ୍ଟ କରିବା ପରେ କ୍ଷମା ମାଗିଛନ୍ତି ପପୁ ପମପମ୍ । ଅତି କମ ସମୟ ଭିତରେ ଫ୍ଲାଟଫର୍ମରୁ ସେଲିବ୍ରିଟି ପାଲଟିଥିବା ରାନୁ ମଣ୍ଡଳଙ୍କୁ ତାତ୍ସ୍ୟଲ୍ୟ କରି ଭିଡ଼ିଓ ପୋଷ୍ଟ କରିଥିଲେ ହାସ୍ୟଭିନେତା ପପୁ ପମପମ୍ । ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିବା ପରେ ବିବାଦ ଭିତରକୁ ଟାଣି ହୋଇପଡ଼ିଥିଲେ ପପୁ । ଏ ଭିଡ଼ିଓ ନେଇ ଲୋକେ ପପୁଙ୍କୁ ତୀବ୍ର ବିରୋଧ କରିଥିଲେ ।

ରେଳ ଷ୍ଟେସନରୁ ବଲିଉଡରେ ପହଂଚିଥିବା ରାନୁ ମଣ୍ଡଳ, ବଲିଉଡ୍ ସଂଗୀତକାର ହିମେଶ ରେଶମିୟାଙ୍କ ସହ ଗୀତ ଗାଇବା ପରେ ତାଙ୍କୁ କାର୍ଟୁନ କରି ଟିକ୍ଟକ୍ ଭିଡିଓ କରିଥିଲେ ପପୁ । ଭିଡିଓରେ ପପୁ, ରାନୁଙ୍କ ବେଶରେ ସଜେଇ ହେବା ସହ ତାଙ୍କ ସ୍ୱରରେ ଗୀତ ଗାଉଥିବାର ନଜର ଆସିଥିଲେ । ବାରମ୍ବାର ବିବାଦରେ ଘେରରେ ରହୁଥିବା ପପୁ ପମପମ୍ ରାନୁ ମଣ୍ଡଳଙ୍କୁ ନେଇ ବ୍ୟଙ୍ଗ ଭିଡ଼ିଓ କରି ଏବେ ସଫେଇ ଦେଇଛନ୍ତି । ରାନୁଙ୍କ ଆହୁରି ଲୋକପ୍ରିୟ କରାଇବା କରାଇବା ଉଦ୍ଦେଶ୍ୟରେ ଭିଡ଼ିଓ ପୋଷ୍ଟ କରିଥିଲୁ ବୋଲି ସଫେଇ ଦେଇଛନ୍ତି । ରାନୁଙ୍କ ସମ୍ମାନରେ ଭିଡ଼ିଓ ତିଆରି ହୋଇଥିଲା । ତାଙ୍କ ସଫଳତା ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇ ଏହି ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା । ଜଣେ କଳାକାରକୁ ଆଉ ଜଣେ କଳାକାରକୁ ଏହା ଉପହାର ବୋଲି ଅଜବ ଯୁକ୍ତି କରିଛନ୍ତି ।  ଅତି ସକରାତ୍ମକ ମନ ନେଇ ଭିଡ଼ିଓ ସୁଟ ହୋଇଥିଲା । ତେବେ ଏହି ଭିଡ଼ିଓ କାହାକୁ କଷ୍ଟ ଦେଇଥିଲେ ଏଥିପାଇଁ କ୍ଷମାପ୍ରାର୍ଥନା କରୁଛି ବୋଲି କହିଛନ୍ତି ପପୁ ପମପମ୍ ।

ଅନ୍ୟପଟେ ବ୍ୟଙ୍ଗ ଭିଡ଼ିଓ ପୋଷ୍ଟ ନେଇ ପପୁଙ୍କ ନାଁରେ ନିଶ୍ଚିତକୋଇଲି ଥାନାରେ ମାମଲା ଦାଏର ହୋଇଛି । ନିଶ୍ଚିତକୋଇଲି ନାଗରିକ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଏଇଠି ପ୍ରଶ୍ନ ଉଠୁଛି ବାରମ୍ବାର ଭୁଲ କରି କ୍ଷମା ମାଗିବାର ଯଥାର୍ଥତା କ’ଣ ରହିଛି । ଭିଡ଼ିଓରେ କୌଣସି ପ୍ରକାରେ ସମ୍ମାନ ଦେବାପରି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ଜଣେ ଅସହାୟ ମହିଳାଙ୍କୁ ବ୍ୟଙ୍ଗ କରି ଭିଡ଼ିଓ ତିଆରି କରିବା ଓଲିଉଡ଼୍ ଅଭିନେତାଙ୍କ କି ପ୍ରକାର ଉପହାର ବୁଝିହେଉନି ।