କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ପରେ ପାକିସ୍ତାନର ନୂଆ ଷଡଯନ୍ତ୍ର !

59

କନକ ବ୍ୟୁରୋ : ଅନ୍ତର୍ଜାତୀୟ କୋର୍ଟ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ପରେ ପାକିସ୍ତାନ ଏବେ ନୂଆ ଷଡଯନ୍ତ୍ର ଆରମ୍ଭ କରିଛି । ପାକର ନୱାଜ ସରିଫ ସରକାର ଦେଶରେ ସମାଲୋଚନାର ଶୀକାର ହୋଇଛନ୍ତି । ଏହା ପରେ ଅନ୍ତର୍ଜାତୀୟ କୋର୍ଟରେ ନୂଆ ଓକିଲ ଦେବାକୁ ପାକ୍ ଚିନ୍ତା କରୁଛି । ପାକ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନିଷ୍ପତି ବିରୋଧରେ ଲଢାଯିବ । ଭାରତକୁ କଡା ଜବାବ ଦିଆଯିବ ।

ଏକ ସ୍ୱାଧୀନ ଦେଶର ନିଷ୍ପତି ନେଇ ଏକ ଅନ୍ତର୍ଜାତୀୟ କୋର୍ଟ ଏଭଳି ରାୟ ଦେଇପାରିବ ନାହିଁ ବୋଲି କହିଛି ଇସଲାମାବାଦ । ସେପଟେ କୁଳଭୂଷଣଙ୍କୁ ବଂଚାଇବା ପାଇଁ ଭାରତ ମଧ୍ୟ ଉଦ୍ୟମ ଆରମ୍ଭ କରିଛି । କୁଳଭୂଷଣଙ୍କୁ ସାକ୍ଷାତ ପାଇଁ ଭାରତ ଅନୁମିତ ମାଗିବାକୁ ପ୍ରସ୍ତୁତ ହେଉଛି । ପୂର୍ବରୁ ଏ ନେଇ ଭାରତ ଅନୁମତି ମାଗିଥିଲେ ବି ପାକିସ୍ତାନ ମନା କରିଦେଇଥିଲା । ଆଇସିଜେର ରାୟ ପରେ କୁଳଭୂଷଣଙ୍କୁ ନ୍ୟାୟ ଦେବାକୁ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛ । ଏଠାରେ ବଡ ପ୍ରଶ୍ନ ଉଠୁଛି, କୁଳଭୂଷଣଙ୍କୁ ସାକ୍ଷାତ ପାଇଁ ଭାରତକୁ କଣ ପାକିସ୍ତାନ ଅନୁମତି ଦେବ ।