ଧରାପଡିଲା ପାକିସ୍ଥାନର ଅସଲ ଚେହେରା ! କୁଳଭୁଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ଅର୍ନ୍ତଜାତୀୟ କୋର୍ଟ ରାୟକୁ ମାନିବନି ପାକ

33

କନକ ବ୍ୟୁରୋ : କୁଳଭୁଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ଅର୍ନ୍ତଜାତୀୟ କୋର୍ଟ ରୋକ ଲଗାଇଥିଲେ ବି ଏହାକୁ ପାକ ମାନିବ ନାହିଁ ବୋଲି ଚର୍ଚା ହେଉଛି । ପାକର ଆଟର୍ଣୀ ଜେନେରାଲ କହିଛନ୍ତି ଯେ ଏହି ମାମଲାରେ ଅର୍ନ୍ତଜାତୀୟ କୋର୍ଟଙ୍କ ରାୟକୁ ଶୁଣାଯିବ ନାହିଁ । ଆଉ ଏହାପରେ ପାକିସ୍ଥାନର ପୁଣିଥରେ ଅସଲ ଚିତ୍ର ସାମ୍ନାକୁ ଆସିଛି । ପୁର୍ବତନ ନୈାସେନା କର୍ମଚାରୀଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ଦର୍ଶାଇ ପାକ ଫାଶୀ ଦଣ୍ଡାଦେଶ ଶୁଣାଇଥିଲା ।