ପୁଣି ଅନ୍ଧାର ଘେରରେ ପାକିସ୍ତାନ କରାଚୀର ଅଧା ଅଞ୍ଚଳ

64

କନକ ବ୍ୟୁରୋ : ପୁଣି ଅନ୍ଧାରରେ ପାକିସ୍ତାନ୍ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ପାକିସ୍ତାନର କରାଚୀର ଅନେକ ଅଞ୍ଚଳରେ ପୁଣି ଅନ୍ଧାର ଘେରକୁ ଚାଲିଯାଇଛି । ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା, ପାକିସ୍ତାନରେ ଏଭଳି ପରିସ୍ଥିତି ହୋଇଯାଇଛି ଯେ, ପାକିସ୍ତାନର ଅନେକ ଅଞ୍ଚଳ ଅନ୍ଧାର ଘେରକୁ ଚାଲିଯାଇଛି । ଠିକ୍ ସେହିଭଳି ପୁଣି ଥରେ ଆଜି ପୁଣି ପାକିସ୍ତାନର କରାଚୀ ଅନ୍ଧାର ଘେରକୁ ଚାଲିଯାଇଛି ।

ସୂଚନା ଅନୁସାରେ, କରାଚୀ ଅଞ୍ଚଳର କେତେକ ଅଞ୍ଚଳରେ ହାଇ ଟେନସନ୍ ଟ୍ରାନ୍ସମିଶନ୍ କେବୁଲରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଦୀର୍ଘ ସମୟ ଧରି ବିଜୁଳି ଚାଲିଯାଇଥିଲା । କରାଚୀର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳ ଅନ୍ଧାର ଘେରକୁ ଚାଲିଯାଇଥିଲା । ତେବେ ଯେଉଁ ଅଞ୍ଚଳଗୁଡିକ ଅନ୍ଧାରରେ ବୁଡିଯାଇଥିଲା, ସେହି ଅଞ୍ଚଳଗୁଡିକ ହେଉଛି, ନୁମାଇସ୍ ଚୌରଂଗୀ, ସଦର, ଲାଇନ୍ସ ଏରିୟା, ଡିଫେନ୍ସ ହାଉସିଂ ଅଥରିଟି, ପଞ୍ଜାବ୍ କଲୋନି ଭଳି ଅନେକ ଅଞ୍ଚଳ ଅନ୍ଧକାରରେ ବୁଡିଯାଇଥିଲା ।