ଜଙ୍ଗଲ ନିଆଁ : ଜଳୁଛି କେତେ , ଲିଭିଲା କେତେ ?

62

କନକ ବ୍ୟୁରୋ : ମାଡ଼ି ଚାଲିଛି ଜଙ୍ଗଲ ନିଆଁ । ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ବନଖଣ୍ଡ ନିଆଁର ଆଁ ଭିତରକୁ ପ୍ରବେଶ କରୁଛି । ୨୦୨ଟି ସ୍ଥାନରେ ବଡ଼ ଧରଣର ବନାଗ୍ନି ଚିହ୍ନଟ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ଗତ ନଭେମ୍ବରରୁ ଏପର୍ଯ୍ୟନ୍ତ କେବେ ବି ବଡ଼ ଧରଣର ବନାଗ୍ନି ସଂଖ୍ୟା ୨୦୦ ଛୁଇଁନଥିଲା । ଗତକାଲି ସୁଦ୍ଧା ୨ ହଜାର ୧୯୨ଟି ସ୍ଥାନରେ ନିଆଁ ଲାଗିିଥିଲା । ଆଉ ଏବେ ସୁଦ୍ଧା ୨୦୭୮ଟି ସ୍ଥାନରେ ନିଆଁ ଲିଭା ଯାଇଛି । ପିସିସିଏଫ ନିଆଁ ଲିଭାର ଫଟୋ ଜାରି କରି ଏହି ସୂଚନା ଦେଇଛି । ପ୍ରାୟ ୯୫ ପ୍ରତିଶତ ନିଆଁକୁ ଆୟତ କରାଯାଇଥିବା ସୂଚନା ଦେଇଛି ବନ ବିଭାଗ ।

-ଜଙ୍ଗଲରେ ଲାଗିଥିବା ନିଆଁର ୯୫ ପ୍ରତିଶତ ଆୟତକୁ ଆସିଛି
-କାଲି ସୁଦ୍ଧା ୨ ହଜାର ୧୯୨ଟି ସ୍ଥାନରେ ନିଆଁ ଲାଗିିଥିଲା
-ଏବେ ସୁଦ୍ଧା ୨୦୭୮ଟି ସ୍ଥାନରେ ନିଆଁ ଲିଭା ଯାଇଛି
-କୋରାପୁଟ, ବ୍ରହ୍ମପୁର, ସମ୍ବଲପୁର, ସର୍କଲ ଚିନ୍ତାଜନକ ଥିଲା

ରାଜ୍ୟରେ ଲାଗିଥିବା ଜଙ୍ଗଲ ନିଆଁକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳରେ କଂଗ୍ରେର ଜଙ୍ଗଲ ନିଆଁ ପ୍ରସଙ୍ଗ ଉଠାଇ ଜବାବ ମାଗିଛନ୍ତି ବିଧାୟକ ସୁରେଶ ରାଉତରାୟ । କହିଛନ୍ତି ଜଙ୍ଗଲରେ ନିଆଁ ଜଳୁଛି, ତାକୁ ଲିଭାଇବା ପାଇଁ ମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଉତର ଦେଇ କହିଛନ୍ତି, ସାଟେଲାଇଟରେ ଯାହା ଆସୁଛି, ସେଥିରେ କେବଳ ଜଙ୍ଗଲ ନିଆଁ ଦେଖା ଯାଉ ନାହିଁ ।

ଚାଷୀ ଉନ୍ନତମାନର ଚାଷ କରିବା ପାଇଁ ଧାନ ଅମଳରେ ପରେ ସେହି ବିଲରେ ନିଆଁ ଲଗାଇ ଦେଉଛନ୍ତି । ସେଇଥିପାଇଁ ସାଟେଲାଇଟରେ ଅଧିକ ନିଆଁ ଲାଗିଥିବା ନଜରକୁ ଆସୁଛି । ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ କରିବା ପାଇଁ ବ୍ୟବହାର କରାଯାଉଛି । ଗତକାଲି ମୁଖ୍ୟ ଶାସନ ସଚିବ ଜଙ୍ଗଲ ନିଆଁର ସମୀକ୍ଷା ବୈଠକ କରିଛନ୍ତି । ଯେଉଁମାନେ ଜଙ୍ଗଲରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।