ଭାରତର ଆମନ୍ତ୍ରଣ ନେଇ ହିନା ରବାନୀ ଖାରଙ୍କ ବୟାନ। କହିଲେ, କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ।

4,189

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବିଦେଶ ରାଜ୍ୟମନ୍ତ୍ରୀ ହିନା ରବାନୀ ଖାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ । ହିନା ରବାନୀ ଖାର ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଶାହାବାଜ ସରିଫଙ୍କ ସରକାର ପାକିସ୍ତାନରେ ଆସିଥିଲା ସେତେବେଳେ ଠାରୁ ଭାରତ ସହ କୌଣସି କଥାବାର୍ତ୍ତା ହୋଇନାହିଁ । ନିକଟରେ ଭାରତ, ପାକିସ୍ତାନକୁ ସାଂଘାଇ ସହଯୋଗ ବୈଠକରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ତେବେ ଏନେଇ କୌଣସି ପ୍ରକାର ଉତ୍ତର ପାକିସ୍ତାନ ତରଫରୁ ଦିଆଯାଇଛି ।

ଏଭଳି ସମୟରେ ହିନା ରବାନୀ ଖାରଙ୍କ ବୟାନ ବେସ ଗୁରୁତ୍ୱପୂର୍ଣ୍ଣ । ଗୋଆରେ ସାଂଘାଇ ସହଯୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ଇସଲାବାଦରେ ଥିବା ଉଚ୍ଚାୟୁକ୍ତଙ୍କ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ, ବିଦେଶୀ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଏବଂ ମୁଖ୍ୟ ବିଚାରପତି ଉମର ଅତା ବିନ୍ଦିଆଲଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହି ସମ୍ମିଳନୀରେ ମେ ମାସରେ ଅନୁଷ୍ଠିତ ହେବାକୁ ଯାଉଛି ।