ପଦ୍ମପୁର ଉପଖଣ୍ଡକୁ ମିଳିବ ଜିଲ୍ଲା ମାନ୍ୟତା । ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ପୂରା ହେବ ଦାବି, କ୍ରିୟାନୁଷ୍ଠାନ କମିଟି ଓ ବିଜେଡି ସଭାପତିଙ୍କ ମଧ୍ୟରେ ଆଲୋଚନା ସଫଳ ।

128

କନକ ବ୍ୟୁରୋ : ସଫଳ ହେଲା ଆଲୋଚନା, ୨୦୨୩ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ମିଳିବ ଜିଲ୍ଲା ମାନ୍ୟତା ।  ଆଲୋଚନା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପଦ୍ମପୁରକୁ ଜିଲ୍ଲା ପାଇଁ ଦାବି କରୁଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ଏପରିକି ଆଗାମୀ ପଦମପୁର ଉପ-ନିର୍ବାଚନରେ ବିଜେଡିର ଇସ୍ତାହାରରେ ଏହାକୁ ପ୍ରକାଶ କରାଯିବ ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ଯେହେତୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି ତେଣୁ ଲିଖିତ ଭାବେ କୌଣସି ପ୍ରତିଶ୍ରୁତି ମିଳିନାହିଁ । କିନ୍ତୁ ବିଜେଡି ଏହାକୁ ନିଜ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବ । ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ପଦ୍ମପୁରବାସୀ ବେଶ ଖୁସି ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ ଦାବି କରିଛନ୍ତି। ଦୀର୍ଘ ଦିନ ହେବ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରି ରଖିଛି।