ପ୍ରେମିକା ହତ୍ୟାକାରୀ ଅଫତାବକୁ ନେଇ ଚାଞ୍ଚଲ୍ୟକର ତଥ୍ୟ : ଶ୍ରଦ୍ଧା କଥା ମନେ ପଡ଼ୁଥିଲେ ଅଭିଯୁକ୍ତ ଦେଖୁଥିଲା କଟାମୁଣ୍ଡ

1,326

କନକ ବ୍ୟୁରୋ : ପ୍ରେମିକା ହତ୍ୟାକାରୀ ଅଫତାବକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପୋଲିସ ଯାଞ୍ଚ ବେଳେ ହତ୍ୟାକାରୀ ଆଫତାବ କହିଛି ଶ୍ରଦ୍ଧା କଥା ମନେପଡ଼ୁଥିଲେ କଟାମୁଣ୍ଡ ଦେଖୁଥିଲା । ଏମିତିକି ଶରୀର ବିଭିନ୍ନ ଅଙ୍ଗକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଗୋଟିଏ ପରେ ଗୋଟିଏ ଅଙ୍ଗକୁ ଫିଙ୍ଗୁଥିଲା । କିନ୍ତୁ କଟାମୁଣ୍ଡକୁ ଅନ୍ତିମ ସମୟ ଯାଏଁ ନିଜ ଫ୍ରିଜରେ ସାଇତି ରଖିଥିଲା ଅଭିଯୁକ୍ତ । ଫ୍ରିଜ ଭିତରେ ପ୍ରେମିକାର କଟା ମୁଣ୍ଡ ଥିବା ବେଳେ ଡେଟିଂ ଆପ ଜରିଆରେ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଯୋଡ଼ୁଥିଲା ।

ଆପାର୍ଟମେଣ୍ଟର ସେହି ରୁମକୁ ଯୁବତୀଙ୍କୁ ନେଇ ଆସୁଥିଲା ଅଫତାବ । ଯେଉଁଠାରେ ଶ୍ରଦ୍ଧାଙ୍କ କଟାମୁଣ୍ଡ ରଖିଥିଲା । ତଦନ୍ତ ବେଳେ ପୋଲିସ ସାମ୍ନାରେ ଏଭଳି ସାଂଘାତିକ ସତ ଓଗାଳିଛି ଅଫତାବ । ମୃତଦେହକୁ ଲୁଚାଇବା ପାଇଁ ଫ୍ରିଜରୁ କାଢି କପବୋର୍ଡରେ ରଖିଥିଲା ମୃତଦେହ । ହତ୍ୟା ଘଟଣାକୁ ଚାପି ଦେବାକୁ ଚାହୁଁଥିଲା ଅଫତାବ । ଯେଉଁଥିପାଇଁ ଲଗାତର ଭାବରେ ଯୁବତୀ ସେହି ଘରକୁ ଆଣୁଥିଲା ହତ୍ୟାକାରୀ ପ୍ରେମିକ । ଶ୍ରଦ୍ଧାଙ୍କୁ ମାରିବା ପରେ ତାଙ୍କ ବନ୍ଧୁଙ୍କ ସହ ଯୋଗାଯୋଗରେ ଥିଲା । ଶ୍ରଦ୍ଧାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଉଥିଲା ଅଭିଯୁକ୍ତ । ଗୁଗୁଲରେ ସର୍ଚ୍ଚ କରୁଥିଲା ଖସିଯିବାର ଉପାୟ । ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଉପାୟ ଖୋଜୁଥିଲା ।