ବିରୋଧୀ ବନାମ ଏନଡିଏ : ଜାଣନ୍ତୁ ରାଜ୍ୟସଭାରେ କାହା ପାଖରେ ରହିଛନ୍ତି କେତେ ସାଂସଦ ?

4,918

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ବିରୋଧୀଦଳମାନେ ଏକଜୁଟ ହେଉଥିବା ବେଳେ ବିଜେପି ମଧ୍ୟ ତାର ପୁରୁଣା ସହଯୋଗୀ ଦଳମାନଙ୍କ ସହ ବୈଠକ କରି ପୁଣି ଏନଡିଏକୁ ମଜବୁତ କରିବାକୁ ଚେଷ୍ଟା କରିଛି । ବେଙ୍ଗାଲୁରୁରେ ୨୬ଟି ବିରୋଧୀଦଳ ଏକଜୁଟ ହୋଇ ବୈଠକ କରୁଥିବା ବେଳେ ୩୮ ଦଳଙ୍କ ସହ ଏନଡିଏକୁ ମଜବୁତ କରିବାକୁ ବିଜେପି ମଧ୍ୟ ବୈଠକ କରୁଛି । ଏହି ବୈଠକ ମଧ୍ୟରେ ସବୁଠାରୁ ବଡ କଥା ଚର୍ଚ୍ଚା ହେଉଛି କି ଆଗାମୀ ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଯେଉଁ ବିଧେୟକ ଆଣିବେ ତାହାକୁ ଅଟକାଇବାରେ ବିରୋଧୀମାନେ ସଫଳ ହେବେ କି ? । କାରଣ ଲୋକସଭାରେ ଏନଡିଏର ବହୁମତ ଥିବା ବେଳେ ରାଜ୍ୟସଭାରେ କିନ୍ତୁ ଏନଡିଏ ନିକଟରେ ବହୁମତ ନାହିଁ । ତେଣୁ ଆସନ୍ତୁ ଜାଣିବା ରାଜ୍ୟସଭାରେ କେଉଁ ରାଜନୈତିକ ଦଳ ପାଖରେ ରହିଛନ୍ତି କେତେ ଜଣ ସାଂସଦ
ପ୍ରଥମେ ଯଦି ରାଜ୍ୟସଭାରେ ଏନଡିଏର ଶକ୍ତି ଦେଖାଯିବ ତେବେ
ବିଜେପି -୯୨
ମନୋନ୍ନୀତ -୫
ଏଆଇଏଡିଏମକେ-୪
ଆସାମ ଗଣପରିଷଦ-୧
ମିଜୋ ନ୍ୟାସନାଲ ଫ୍ରଣ୍ଟ-୧
ନ୍ୟାସନାଲ ପିପୁଲ୍ସ ପାର୍ଟି-୧
ପଟ୍ଟାଲୀ ମକ୍କଲ କାଚୀ-୧
ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ-୧
ସିକ୍କିମ୍ ଡେମୋକ୍ରାଟିକ ଫ୍ରଣ୍ଟ-୧
ତାମିଲ ମାନିଲା କଂଗ୍ରେସ-୧
ୟୁନାଇଟେଡ ପିପୁଲ୍ସ ପାର୍ଟି-୧
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-୧
ନିର୍ଦ୍ଦଳୀୟ ଓ ଅନ୍ୟ-୧

ଏହିଭଳି ଭାବେ ଏନଡିଏ ପାଖରେ ମୋଟ ୧୧୧ ଜଣ ରାଜ୍ୟସଭା ସାଂସଦଙ୍କର ସମର୍ଥନ ରହିଛି । ଯଦି ସେହି କ୍ରମରେ ଆମେ ବିଜେପି ବିରୋଧୀ ରାଜନୈତିକ ଦଳମାନଙ୍କର ରାଜ୍ୟସଭାରେ ଥିବା ସାଂସଦଙ୍କୁ ହିସାବକୁ ନେବା ତେବେ
କଂଗ୍ରେସ -୩୧
ଟିଏମସି-୧୨
ଆମ୍ ଆଦମୀ ପାର୍ଟି-୧୦
ଡିଏମକେ-୧୦
ଆରଜେଡି-୬
ସିପିଆଇ(ଏମ୍)-୫
ଜେଡିୟୁ-୫
ଏନସିପି-୩
ନିର୍ଦ୍ଦଳୀୟ ଏବଂ ଅନ୍ୟ-୨
ସମାଜବାଦୀ ପାର୍ଟି-୩
ଶିବସେନା-୩
ଭାରତୀୟ କମ୍ୟୁନିଷ୍ଠ ପାର୍ଟି-୨
ଝାଡଖଣ୍ଡ ମୁକ୍ତିମୋର୍ଚ୍ଚ-୨
ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ-୧
କେରଳ କଂଗ୍ରେସ-୧
ମରୁମଲାରଚୀ ଦ୍ରାବିଡ ମୁନେତ୍ର କଡଗମ-୧
ରାଷ୍ଟ୍ରୀୟ ଲୋକଦଳ -୧
ମୋଟ ୯୮ ଜଣ ରାଜ୍ୟ ସଭା ସାଂସଦ ବିଜେପି ବିରୋଧୀ ଦଳମାନଙ୍କ ପାଖରେ ରହିଛି । ସେହିଭଳି ଅନ୍ୟ ଦଳର ପ୍ରତିନିଧିତ୍ୱ କଥା ବିଚାରକୁ ନେଲେ
ବିଜୁ ଜନତା ଦଳ -୯
ୱାଇଏସଆର କଂଗ୍ରେସ-୯
ଭାରତ ରାଷ୍ଟ୍ର ସମିତି-୭
ବହୁଜନ ସମାଜ ପାର୍ଟି-୧
ଜନତାଦଳ (ଏସ୍)-୧
ତେଲୁଗ୍ ଦେଶମ୍ ପାର୍ଟି -୧
ମୋଟ -୨୮