ଅଶ୍ଳୀଳ ଭିଡିଓ ଜାଲରେ ବରିଷ୍ଠ ବିଜେପି ନେତା, ଭିଡିଓ ଯାଞ୍ଚ ପାଇଁ ବିରୋଧୀଙ୍କ ଦାବି

408

କନକ ବ୍ୟୁରୋ: ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା କିରୀଟ ସୋମୟା ଏବେ ଅଶ୍ଳୀଳ ଭିଡିଓକୁ ନେଇ ହରଡଘଣାରେ । ଏହି ଭିଡିଓକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ଭିଡିଓ ଯାଞ୍ଚ ପାଇଁ ଦାବି କରିଛନ୍ତି ବିରୋଧୀ । କିରୀଟ ସୋମୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ବିରୋଧୀ ।

ଅନ୍ୟପଟେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି କିରୀଟ ସୋମୟା । ଏନେଇ ସେ ନିଜେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀଶଙ୍କୁ ଚିଠି ଲେଖିବା ସହ ଭିଡିଓ ଯାଞ୍ଚ କରାଇବାକୁ ଅନୁରୋଧ କରିଛନ୍ତି । ଭାଇରାଲ ହେଉଥିବା ଭିଡିଓ ତାଙ୍କର ନୁହେଁ ବରଂ ଏହା ବିରୋଧୀଙ୍କ ଷଡଯନ୍ତ୍ର ବୋଲି କହିବା ସହ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ନିବେଦନ କରିଛନ୍ତି ।

ବିରୋଧୀଙ୍କ ଦାବିର ଉତ୍ତର ଦେବାକୁ ଯାଇ ଦେବେନ୍ଦ୍ର ଫଡନାବିଶ କହିଛନ୍ତି ଯେ, ଯଦି ବିରୋଧୀ ନେତାଙ୍କ ପାଖରେ ଭିଡିଓକୁ ନେଇ କିଛି ଠୋସ୍ ପ୍ରମାଣ ରହିଛି ତେବେ ସହଯୋଗ କରନ୍ତୁ । ଭିଡିଓର ବିସ୍ତୃତ ଯାଞ୍ଚ କରାଯିବ । ସତ୍ୟତା ଥିଲେ କାହାରିକୁ ବି ଛଡାଯିବ ନାହିଁ ।