ଓଡିଶାକୁ ବର୍ଷା ଓ ଭୂସ୍ଖଳନ ସତର୍କତା: ୫ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

959

କନକ ବ୍ୟୁରୋ: ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ସମ୍ଭାବନା । ଏନେଇ ୫ ଜିଲ୍ଲାଙ୍କୁ ସତର୍କ କଲା ପାଣିପାଗ ବିଭାଗ । ମାଲକାନଗିରି, କଳାହାଣ୍ଡି, କନ୍ଧମାଳ , କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ସତର୍କ କରାଯାଇଛି । ଏହାସହ କିଛି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଫଳରେ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ପୂର୍ବାନୁମାନ କରାଯାଉଛି ।