ଗୋପାଳପୁରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ ଯୋଜନା । ହେଲେ ବ୍ଲୁ-ଫ୍ଲାଗ୍ କୁ ମତ୍ସଜୀବୀଙ୍କ ବିରୋଧ

138

କନକ ବ୍ୟୁରୋ : ପୁରୀ ପରେ ଗୋପାଳପୁର ବିଚ୍ ର ବିକାଶ ପାଇଁ ରାଜ୍ୟ ସରକାର ବଡ ଯୋଜନା ପ୍ରସ୍ତୁତ କରିଛନ୍ତି । ପୁରୀ ଭଳି ଗୋପାଳପୁର ସି ବିଚ୍ କୁ ବ୍ଲୁ-ଫ୍ଲାଗ୍ ବିଚ୍ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ବିରୋଧୀ କରିଛନ୍ତି ସ୍ଥାନୀୟ ମତ୍ସଜୀବୀ । ବ୍ଲୁ-ଫ୍ଲାଗ ବିଚ୍ କାମ ଆରମ୍ଭ ହେବା ପୂର୍ବରୁ ସମୁଦ୍ର କୂଳରୁ ଡଙ୍ଗା ଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋପାଳପୁର ମତ୍ସଜୀବୀ ।
ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ମତ୍ସଜୀବୀ ମାନେ ବ୍ରହ୍ମପୁର- ଗୋପାଳପୁର ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଗୋପାଳପୁର ବିଚ୍ ବ୍ଲୁ-ଫ୍ଲାଗ ହେଲେ ମତ୍ସଜୀବୀଙ୍କ ଜୀବନ ଜୀବୀକା ଠପ୍ ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ପ୍ରକଳ୍ପକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ମତ୍ସ୍ୟଜୀବୀ ମାନେ ଦାବି କରିଛନ୍ତି ।