କଳାହାଣ୍ଡି ତେନ୍ତୁଳି ଖୁଂଟି ଗାଁରୁ ଆସିଲା ଅଭାବନୀୟ କାହାଣୀ : ବିବାହ ପୂର୍ବରୁ ଫେରାର ହୋଇଗଲା ବଡ ଭଉଣୀ; ସାନ ଭଉଣୀ ସହ ବିବାହ କରାଇଲେ ପରିବାର ଲୋକ

ପୁଲିସ କହିଲା, ୧୮ ପୁରିନଥିବାରୁ ୨ ବର୍ଷ ପରେ ଯିବେ ଶାଶୁଘର

431

କନକ ବ୍ୟୁରୋ : କଳାହାଣ୍ଡି ତେନ୍ତୁଳିଖୁଂଟି ଗାଁରୁ ଆସିଛି ଏହି ଅଭାବନୀୟ ଖବର । ବିବାହ ପୂର୍ବରୁ ଫେରାର ହୋଇଗଲା ବଡ଼ ଭଉଣୀ । ବର ଶିଶୁପାଳ ହୋଇ ଫେରିବା ଆଶଙ୍କାରେ ସାନ ଭଉଣୀ ସହ ବିବାହ କରାଇଦେଲେ ପରିବାର ଲୋକ । ସମାଜରେ ଉଭୟ ପକ୍ଷର ଇଜ୍ଜତ ରହିଗଲା । ହେଲେ ବିବାହ କରିଥିବା ସାନ ଭଉଣୀକୁ ପୁରି ନଥିଲା ୧୮ ବର୍ଷ । ନାବାଳିକା ବିବାହ ହୋଇଥିବାରୁ ବିଶେଷ ସୂତ୍ରରୁ ଖବର ପାଇ ପହଚିଂଥିଲା ପୁଲିସ ।

ଜୟପାଟଣା ଏସଡିପିଓ ଘଟଣା ସ୍ଥଳରେ ପହଚିଂ ପୁରା ଘଟଣାର ତଥ୍ୟ ନେଇଥିଲେ । ବିବାହିତା ଝିଅଟିର ବୟସ ୧୬ ବର୍ଷ ହୋଇଥିବାରୁ ଶାଶୁଘରକୁ ଯିବା ପାଇଁ ଦୁଇ ବର୍ଷ ଅପେକ୍ଷା କରିବା ପାଇଁ କୁହାଯାଇଛି । ଏହି ସମୟରେ ଝିଅ ବାପଘର ରହିବେ କିମ୍ବା କୌଣସି ହଷ୍ଟେଲରେ ରହିପାରିବେ । ନାବାଳିକା ହୋଇଥିବାରୁ ଶାଶୁଘରକୁ ଯାଇପାରିବେ ନାହିଁ ବୋଲି ନିଷ୍ପତି କରିଛି ସ୍ଥାନୀୟ ପୁଲିସ । କଳାହାଣ୍ଡି ଜିଲ୍ଳା କଲମପୁର ବ୍ଲକ ତେନ୍ତୁଳିଖୁଂଟି ଗାଁର ଏହି ଅଜବ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ।