ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଯୁଦ୍ଧ ଅଭ୍ଯାସ ‘DUSTLIK’ ଆରମ୍ଭ ।

98

ଭାରତ ଏବଂ ଉଜବେକିସ୍ତାନର ସଶସ୍ତ୍ର ବାହିନୀ ମଧ୍ୟରେ ମିଳିତ ସାମରିକ ଅଭ୍ୟାସର ୫ ମ ସଂସ୍କରଣ ଚାଲିଛି । ଏହି ଯୁଦ୍ଧ ବ୍ୟାୟାମ ସମୟରେ ସୈନିକମାନଙ୍କୁ  ଛୋଟ ଛୋଟ ଦଳରେ କାମ କରିବା, କ୍ଷେତ୍ର କାର୍ଯ୍ୟକଳାପ, ଲକ୍ଷ୍ୟସ୍ଥଳ ଉପରେ ନଜର ରଖିବା ଏବଂ ଆଗୁଆ ସୂଚନା ବଳରେ ବିପଦକୁ ଦୂର କରିବା ଭଳି କୌଶଳ  ଶିକ୍ଷା ଦିଆଯାଉଛି ।

ଭାରତ ଏବଂ ଉଜବେକିସ୍ତାନର ସଶସ୍ତ୍ର ବାହିନୀ ମଧ୍ୟରେ ମିଳିତ ସାମରିକ ଅଭ୍ୟାସର ପଞ୍ଚମ ସଂସ୍କରଣ ଚାଲିଛି । ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଏହି ଅଭ୍ୟାସ ବର୍ତ୍ତମାନ ଉଜବେକିସ୍ତାନର ସୁରଖଣ୍ଡାରିଓ ଅଞ୍ଚଳରେ ଥିବା ଟେରମେଜ୍ ଆର୍ମି ଟ୍ରେନିଂ ଏରିଆରେ ଚାଲିଛି । ଏହି ବର୍ଷର ବ୍ୟାୟାମକୁ ଭାରତର ସେନା ମୁଖ୍ୟ ତଥା ଉଜବେକିସ୍ତାନର ଯୁଦ୍ଧ ପ୍ରଶିକ୍ଷଣ ପାଇଁ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ୧୮ ଅପ୍ରିଲ ୨୦୨୪ ରେ ଉଦଘାଟନ କରିଥିଲେ । ଏହି ବ୍ୟାୟାମ ୨୮ ଏପ୍ରିଲ ୨୦୨୪  ପର୍ଯ୍ୟନ୍ତ ଚାଲିବ ।

ଭାରତ-ଉଜବେକିସ୍ତାନର ଏହି ମିଳିତ ସାମରିକ ବ୍ୟାୟାମର ନାମ ହେଉଛି DUSTLIK । ଯାହା ଉଜବେକିସ୍ତାନରେ ଚାଲିଛି । ଏହି ରଣନୀତିକ ସହଯୋଗର ଉଦ୍ଦେଶ୍ୟ ହେଉଛି ସାମରିକ ସହଯୋଗକୁ ମଜବୁତ କରିବା ଏବଂ ସେନାର ଆତଙ୍କବାଦ ବିରୋଧୀ କ୍ଷମତା ବୃଦ୍ଧି କରିବା । ଏହା ଉଭୟ ଦେଶର ଆତଙ୍କବାଦ ବିରୋଧୀ କ୍ଷମତାକୁ ମଜବୁତ କରିବ। ଏହା ବିଶେଷ କରି ପାହାଡ଼ିଆ ଏବଂ ଛୋଟ ସହରାଞ୍ଚଳରେ ସୈନ୍ୟବାହିନୀ ପାଇଁ ବହୁତ କାମରେ ଆସିବ ।

ସେନାର ପ୍ରତିରକ୍ଷା କ୍ଷମତା ବୃଦ୍ଧିରେ ସାହାଯ୍ୟ କରିବ

ଏହି ସାମରିକ ବ୍ୟାୟାମର ଭାରତୀୟ କଣ୍ଟିଜେଣ୍ଟରେ ମୁଖ୍ୟତଃ  ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡର ସାହସୀ ଜାଟ୍ ରେଜିମେଣ୍ଟ ଏବଂ ଭାରତୀୟ ବାୟୁସେନାର ଅଭିଜିତ ଗରୁଡ଼  ଅନ୍ତର୍ଭୁକ୍ତ । ଉଜବେକିସ୍ତାନରେ ଚାଲିଥିବା ଏହି ସାମରିକ ଅଭ୍ୟାସରେ କଠିନ ଶାରୀରିକ କାର୍ଯ୍ୟକଳାପ ସୈନିକମାନଙ୍କର ପ୍ରତିରକ୍ଷା ଦକ୍ଷତା ବୃଦ୍ଧିରେ ସହାୟକ ହେବ । ଏହି ମିଳିତ ବ୍ୟାୟାମ ପାରସ୍ପରିକ ସମନ୍ୱୟ ଏବଂ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ରର ପରିଚାଳନାକୁ ବଢାଇବା ପାଇଁ ପରିକଳ୍ପନା କରାଯାଇଛି ।

କେଉଁ କେଉଁ କୌଶଳ ଶିକ୍ଷା ଦିଆଯାଉଛି ?

ଯୁଦ୍ଧ ବ୍ୟାୟାମ ସମୟରେ ସୈନିକମାନଙ୍କୁ ଛୋଟ ଦଳରେ କାମ କରିବା, କ୍ଷେତ୍ର କାର୍ଯ୍ୟକଳାପ, ଲକ୍ଷ୍ୟସ୍ଥଳ ଉପରେ ନଜର ରଖିବା ଏବଂ ଆଗୁଆ ବିପଦକୁ ଠାବ କରିବା ଏବଂ ତାକୁ ଦୂର କରିବା ଭଳି କୌଶଳ ଶିକ୍ଷା ଦିଆଯାଉଛି । ଦୁଇ ଦେଶର ସେନା ମଧ୍ୟରେ ଏପରି ସାମରିକ କାର୍ଯ୍ୟକଳାପ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ମଧ୍ୟ ମଜବୁତ କରିବ।

ଏହା ପୂର୍ବରୁ ୨୦୨୩ ମସିହାରେ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ୧୫ ଦିନିଆ ମିଳିତ ସାମରିକ ଅଭ୍ୟାସ ହୋଇଥିଲା । ଯେଉଁଥିରେ ମଲ୍ଟି-ଡୋମେନ୍ ଅପରେସନ୍ ସହିତ ଲଢିବାର  ନ୍ୟୁନେସ୍ ଉପରେ ଧ୍ୟାନ ଦିଆଯାଇଥିଲା । ଏହି ୧୫ ଦିନିଆ ମିଳିତ ସାମରିକ ଅଭ୍ୟାସ ଉତ୍ତରାଖଣ୍ଡର ପିଥୋରାଗଡରେ ଏହାର ଯୁଦ୍ଧ ଶକ୍ତି ପ୍ରଦର୍ଶନ କରିବା ପରେ ଶେଷ ହୋଇଥିଲା।