ଅଲମ୍ପିକ୍ସ କ୍ୱାଲିଫାୟର ପାଇଁ ଝାଳ ବୁହାଉଛି ଭାରତୀୟ ହକି ଦଳ । କଳିଙ୍ଗ ଷ୍ଟାଡିଅମର ବ୍ଲୁ ଟର୍ଫରେ ଆମେରିକା ସହ ହେବ ଟକ୍କର । ନଭେମ୍ବର ୧ ଓ ୨ରେ ମୁକାବିଲା

ଜିତିଲେ ମିଳିବ ଟୋକିଓ ଟିକେଟ

198

କନକ ବ୍ୟୁରୋ: ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବ ଅଲମ୍ପିକ୍ସ କ୍ୱାଲିଫାଏୟର ମୁକାବିଲା । ଆମେରିକାର ମହିଳା ଦଳ ସହ ସାମ୍ନାସାମ୍ନି ହେବ ଭାରତୀୟ ମହିଳା ଦଳ । ଏନେଇ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ଏହି ମୁକାବିଲା ଜିତିଲେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବ ଭାରତ । କଳିଙ୍ଗ ଷ୍ଟାଡିଅମର ବ୍ଲୁ ଟର୍ଫରେ ପ୍ରଥମ ଥର ପାଇଁ ମ୍ୟାଚ ଖେଳିବ ଭାରତୀୟ ମହିଳା ଦଳ । ତେବେ ଏଠାକାର ଦର୍ଶକ ଦଳ ପାଇଁ ଦ୍ୱାଦଶ ଖେଳାଳି ବୋଲି ପୂର୍ବରୁ କହିଥିଲେ ଭାରତୀୟ ଅଧିନାୟକ । ଏହା ସହ ଦଳର ପ୍ରସ୍ତୁତି ନେଇ ଖୁସି ପ୍ରକାଶ କରିଛନ୍ତି ଅଧିନାୟକ ରାଣୀ ।