ଅଡୁଆରେ ଓଲିଉଡ୍ ଅଭିନେତା ଶ୍ରୀତମ୍ ଦାସ । ଷ୍ଟାର କନସଲଟାନ୍ସିର ତ୍ରିବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମଙ୍କୁ ଇଡିର ଜେରା

45

କନକ ବ୍ୟୁରୋ: ଅଡୁଆରେ ଓଲିଉଡ୍ ଅଭିନେତା ଶ୍ରୀତମ୍ ଦାସ । ଇଡିରେ ହାଜର ହେଲେ ଶ୍ରୀତମ । ଷ୍ଟାର କନସଲଟାନ୍ସିର ତ୍ରିବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମ ଦାସଙ୍କୁ ଜେରା କରିଛି ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ । ଚଳଚ୍ଚିତ୍ର ପ୍ରଯୋଜକ ତ୍ରିବେଣୀ ମହାନ୍ତିଙ୍କ ଫିଲ୍ମରେ କାମ କରିଥିବାରୁ ଇଡିର ତଦନ୍ତ ପରିସରକୁ ଆସିଛନ୍ତି ଶ୍ରୀତମ । ଶ୍ରୀତମ୍ ଦାସଙ୍କ ଅଭିନୀୟ ତଥା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ତୁ ଥା ମୁଁ ଯାଉଛି ଋଷି’ ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ଇଡି ଖୋଳତାଡ କରୁଛି । ଷ୍ଟାର କନସଲଟାନ୍ସିର ତ୍ରିବେଣୀ ମହାନ୍ତିଙ୍କ ଲିଙ୍କରେ ଠକେଇ ଅଭିଯୋଗ ରହିଛି । ତେଣୁ ଏ ନେଇ ଶ୍ରୀତମଙ୍କୁ ହାଜର ହେବା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ୍ ଜାରି ହୋଇଥିଲା ।

‘ତୁ ଥା ମୁଁ ଯାଉଛି ରୁଷି’ର ପ୍ରଯୋଜନା କରିଥିଲେ ତ୍ରିବେଣୀ ମହାନ୍ତି। ସେ ନିଜର ଷ୍ଟାର କନସଲଟାନସି ସଂସ୍ଥାର ପଇସାରେ ଏହି ସିନେମା ନିର୍ମାଣ କରିଥିଲେ। ଏଥିରେ ଚିଟଫଣ୍ଡ ଟଙ୍କା ଲାଗିଥିବାର ଅଭିଯୋଗ ହୋଇଥିଲା। ଏଥିପାଇଁ ଶ୍ରୀତମ୍ ଦାସଙ୍କୁ ଆଜି ଭୁବନେଶ୍ୱରରେ ଥିବା ଇ ଡି ଅଫିସରେ ହାଜର ହେବାପାଇଁ ନୋଟିସ୍ ଜାରି କରାଯାଇଥିଲା। ଏହାପରେ ସେ ଆଜି ଇ ଡର ଜେରାର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ପ୍ରଯୋଜକ ପ୍ରଭାସ ଚନ୍ଦ୍ର ରାଉତଙ୍କୁ ମଧ୍ୟ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଛି। ସେପଟେ, ଭୁବନେଶ୍ୱର ସିବିଆଇ ଅଫିସରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ । ସିସୋର ଚିଟଫଣ୍ଡ ଲିଙ୍କ ମାମଲାର ତାଙ୍କୁ ଜେରା କରାଯାଉଛି । ଗତକାଲି ମଧ୍ୟ ସିବିଆଇ ଅଫିସକୁ ଆସିଥିଲେ ପ୍ରଶାନ୍ତ ଦାସ ।