ମାତ୍ର ୧୨୫ ଟଙ୍କାରେ ହେଉଛି ଆଧାର ଡାଟା ଲିକ୍ ! ଡିଷ୍ଟ୍ରିବ୍ୟୁଟର ଆକ୍ଟିଭ କଲେ ୬ ହଜାରରୁ ଅଧିକ ନକଲି ସିମ୍

24

ରାଜଧାନୀ ଦିଲ୍ଲୀରୁ ହଜାର କିଲୋମିଟର ତେଲଙ୍ଗାନାରେ ଜଣେ ସିମ କାର୍ଡ଼ ଡ୍ରିଷ୍ଟ୍ରିବ୍ୟୁଟର ଅନ୍ୟ ଲୋକଙ୍କର ଆଧାର ତଥ୍ୟ ବ୍ୟବହାର କରି ପ୍ରାୟ ୬୦୦୦ ହଜାର ଡୁପ୍ଲିକେଟ ସିମ ଆକ୍ଟିଭ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଥିପାଇଁ ୟୁଆଇଡ଼ିଏଆଇ ଉକ୍ତ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ମାମଲା ରୁଜୁ କରିଛି । ମିଡ଼ିଆ ରିପୋର୍ଟ ମୁତାବିକ ପି ସନ୍ତୋଷ କୁମାର ନାମକ ଜଣେ ସିମ୍ ଡିଷ୍ଟ୍ରିବ୍ୟୁଟର ବିଭିନ୍ନ ଲୋକଙ୍କ ଫିଜିକାଲ ଫିଙ୍ଗରପ୍ରିଣ୍ଟର ବ୍ୟବହାର କରି ୬୦୦୦ରୁ ଉଦ୍ଧ୍ୱର୍ ସିମ୍ ଇ-କେୱାଇସି ଜରିଆରେ ଆକ୍ଟିଭେଟ କରିଛନ୍ତି ।

ଲୋକଙ୍କ ଫିଙ୍ଗରପ୍ରିଣ୍ଟ ଚୋରାଇବା ପାଇଁ ସନ୍ତୋଷ ଆଧାର କ୍ରିଡ଼େନସିଆଲ୍ସ ତଥ୍ୟକୁ ତେଲେଙ୍ଗାନା ରେଜିଷ୍ଟ୍ରେସନ ଏବଂ ଷ୍ଟାମ୍ପ୍ସ ଅଫିସରୁ ଡ଼ାଉନଲୋଡ କରିବା ପରେ ନିଜର ଏକ ଆଧାର ଡାଟାବେସ ପ୍ରସ୍ତୁତ କରିଥିଲେ । ଏହା ଏଥିପାଇଁ ସମ୍ଭବ ହେଲା କି, ରେଜିଷ୍ଟ୍ରେସନ ଏବଂ ଷ୍ଟାମ୍ପ୍ସ ଅଫିସରେ ଜମା କରାଯାଇଥିବା ଡକ୍ୟୁମଣ୍ଟେସରେ ଲୋକଙ୍କ ଦ୍ୱାରା ଦିଆଯାଇଥିବା ଫିଙ୍ଗରପିଣ୍ଟ୍ର ତଥ୍ୟ ଅନଲାଇନରେ ଉପଲବ୍ଧ ରହିଥିଲା । ଯାହାକୁ ବେଶ ସହଜରେ ଡାଉନଲୋଡ କରାଯାଇ ପାରିବ । କୁମାର ଏହା ସାହାଯ୍ୟରେ ଆଧାର ଡାଟାବେସ ପ୍ରସ୍ତୁତ କରିଥିଲେ ଓ ଅନ୍ୟ ନାଁରେ ଇ-କେୱାଇସି ଜରିଆରେ ସିମ୍ ଗୁଡିକ ଆକ୍ଟିଭ କରାଯାଇଥିଲା ।

ମିଡିଆ ରିପୋର୍ଟ ମୁତାବିକ, ସନ୍ତୋଷ କୁମାର ଲୋକଙ୍କ ବାୟୋମେଟ୍ରିକ ଡାଟା ବାହାର କରିବା ପାଇଁ ମାତ୍ର ୧୨୫ ଟଙ୍କା ଖର୍ଚ୍ଚ କରିଥିଲେ । ତେଲେଙ୍ଗାନା ରେଜିଷ୍ଟ୍ରେସନ ଏବଂ ଷ୍ଟାମ୍ପ୍ସ ଅଫିସରୁ କୌଣସି ବ୍ୟକ୍ତିଙ୍କର ସମ୍ପତି ଦଲିଲକୁ ମାତ୍ର ୨୧୦ରୁ ୨୩୫ ଟଙ୍କା ଦେଇ ବାହାର କରାଯାଇପାରିବ । ଯେଉଁଥିରେ ସମ୍ପତି ବିକ୍ରି କରୁଥିବା ଲୋକ, ସମ୍ପତି କିଣୁଥିବା ଲୋକ ଓ ଦୁଇ ସାକ୍ଷୀଙ୍କର ବାୟୋମେଟ୍ରିକ ସମ୍ପୂର୍ଣ୍ଣ ତଥ୍ୟ ରହିଥାଏ । ଯେଉଁଥିରେ ଉକ୍ତ ଲୋକଙ୍କର ଜନ୍ମତିଥି, ବାପାଙ୍କ ନାମ, ଠିକଣା ଓ ଫିଙ୍ଗରପ୍ରିଣ୍ଟ ଉପଲବ୍ଧ ରହିଥାଏ । ଏହି ଡ଼କ୍ୟୁମେଣ୍ଟ ଜରିଆରେ ସନ୍ତୋଷ କୁମାର ମାତ୍ର ୫୦ରୁ ୬୦ ଟଙ୍କା ଖର୍ଚ୍ଚ କରି ଜଣେ ବ୍ୟକ୍ତଙ୍କର ଡାଟା ଆଣିଥିଲେ । ପରେ ସେହି ଫିଙ୍ଗରପ୍ରିଣ୍ଟ ର ଚିତ୍ରକୁ ବାୟୋମେଟ୍ରିକ ରିଡ଼ର ଜରିଆରେ ବ୍ୟବହାର କରି ଇ-କେୱାଇସି ଦ୍ୱାରା ସିମ କାର୍ଡ଼ ଆକ୍ଟିଭ କରିଥିଲେ ।