କେତେ ସୁରକ୍ଷିତ ସାମୁଦ୍ରିକ ଉପକୂଳ? ଅଲିଭରିଡଲେ କଇଁଛଙ୍କ ଅଣ୍ଡା ଖାଉଛନ୍ତି କାଉ ।

67

କନକ ବ୍ୟୁରୋ: ସମୁଦ୍ର ମୁହାଁ ହେଉଛନ୍ତି ଅଲିଭରିଡଲେ ଶାବକ । କଇଁଛ ଶାବକ ସମୁଦ୍ରକୁ ଯିବାର ଦୃଶ୍ୟ ଯେତିକି ମନୋରମ ତାଠାରୁ ଅଧିକ ଚିନ୍ତାଜନକ ବେଳାଭୂମିରେ କାଉ, କଇଁଛ ଅଣ୍ଡା ଖାଇବାର ଦୃଶ୍ୟ । ନଭେମ୍ବର ମାସ ଠାରୁ ମେ’ ମାସ ପର୍ଯ୍ୟନ୍ତ କଇଁଛଙ୍କ ପ୍ରଜନନ ଋତୁ ରହିଥାଏ । ଏହି ସମୟରେ କଇଁଛମାନେ ଗଭୀର ସମୁଦ୍ରରୁ ଉପକୂଳକୁ ଆସି ଅଣ୍ଡାଦାନ କରି ଚାଲି ଯାଉଛନ୍ତି । ହେଲେ ସେମାନେ ଚାଲିଯିବା ପରେ କାଉଗୁଡିକ ଅଣ୍ଡାକୁ ଖାଇ ଯାଉଛନ୍ତି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ନୂଆପଡା ବନଖଣ୍ଡ ଅଧିକାରୀ ଏବଂ ପିଟିଶାଳ ବନପାଳଙ୍କ କାର୍ଯ୍ୟାଳୟ ନିକଟ ସମୁଦ୍ର ବେଳାଭୂମିରେ ଶହ ଶହ କଇଁଛ ଅଣ୍ଡାକୁ କାଉ ଖାଉଥିବା ଅଭିଯୋଗ ହୋଇଛି । କଇଁଛ ଅଣ୍ଡା କାଉ ଖାଇବା ପରେ ଉପକୂଳ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ କଇଁଛଙ୍କ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ପରବେଶବିତ୍ ଦାବି କରିଛନ୍ତି । ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଉପକୂଳରେ ମାଛ ଧରା ବନ୍ଦ କରିଯାଇଛି । ନିୟମ ଅନୁସାରେ କଇଁଛ ଅଣ୍ଡାକୁ ଅସ୍ଥାୟୀ ହାଚେରି କରିବାର ବ୍ୟବସ୍ଥା ରହିଛି । ହେଲେ ଚିଲିକା ନୂଆପଡା ବେଳାଭୂମୀରେ ଖୋଲାମେଲାରେ ଅଣ୍ଡା ପଡିଥିବାରୁ କାଉ ଖାଉଛନ୍ତି ।