ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୭୦୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୫୧, ସ୍ଥାନୀୟ ସଂକ୍ରମିତ ୫୫୭ । ରାଜଧାନୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ।

98

କନକ ବ୍ୟୁରୋ: ରାଜଧାନୀରୁ ଗତ ୨୪ ଘଂଟା ଭିତରେ ଚିହ୍ନଟ ହେଲେ ୭୦୮ କରୋନା ପଜିଟିଭ୍ । ଯେଉଁ ଭିତରୁ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୫୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଛି ।

ବିଏମସିର ରିପୋର୍ଟ ମୁତାବକ, ଆଜି ଚନ୍ଦ୍ରଶେଖରପୁର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଝାରପଡା, ଡୁମୁଡୁମା, ମଂଚେଶ୍ୱର, ଜାଗମରା ଆଦି ଅଂଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ, ଖଣ୍ଡଗିରି, ଜୟଦେବ ବିହାର, ଆଚାର୍ଯ୍ୟ ବିହାରରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଥିବାବେଳେ ମୋଟ ପଜିଟିଭ୍ ସଂଖ୍ୟା ୪୦ ହଜାର ଟପିଛି । ତେବେ ଆଶ୍ୱସ୍ତିକର ବିଷୟ ହେଲା ରାଜଧାନୀର ଆଉ ୩୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।