ସମୁଦ୍ରକୂଳରେ ଅଲିଭ ରିଡଲେ ଛୁଆ: ଅଣ୍ଡାରୁ ବାହାରି ସମୁଦ୍ରକୁ ଯାଉଛନ୍ତି

99

କନକ ବ୍ୟୁରୋ: ରୁଷି କଲ୍ୟା ମୁହାଣ ଉପରେ ଜାହାର ନଜର ପଡିଲା, ତା ନଜର ସେଇଠି ଅଟକି ଯାଇଥିଲା । ଅଣ୍ଡାର ବାହାରି ଲକ୍ଷ ଲକ୍ଷ କଇଁଛ ଛୁଆ ବେଳାଭୂଇଁ ଡେଇଁ ସମୁଦ୍ରକୁ ଧିରେ ଧିରେ ଯାଉଛନ୍ତି । ଅଲିଭ ରିଡଲେ ଛୁଆଙ୍କ ସମାଗମରେ ଘୋଡେଇ ହୋଇଯାଇଥିଲା ବେଳାଭୁମି । ୨ ଦିନ ହେଲା ବାଲିରେ ପୋତି ହୋଇ ରହିଥିବା ଅଲିଭ ରିଡଲେ ଅଣ୍ଡାରୁ ଏବେ କଇଁଛ ଛୁଆ ବାହାରି ସମୁଦ୍ରକୁ ଯାଉଛନ୍ତି । ଆଉ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ୨ ରୁ ୩ ଖଣ୍ଡର ଗ୍ରାମର ଗ୍ରାମବାସୀ ଓ ବନ ବିଭାଗର କର୍ମଚାରୀ ।

ଚଳିତ ବର୍ଷ ରୁଷିକୁଲ୍ୟା ମୁହାଣରେ ୫ ଲକ୍ଷ ୫୦ ହଜାର ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ କରିଥିଲେ । ଏକ ମାସ ବିଳମ୍ବରେ ଅଣ୍ଡା ଦାନ କରିଥିବାରୁ ଅଣ୍ଡା ଫୁଟି କଇଁଛ ଶାବକ ବାହାରିବାରେ ଡେରି ହୋଇଛି । ସେପଟେ ବାତ୍ୟା ଅସାନି ପାଇଁ ଅଶାନ୍ତ ସମୁଦ୍ରରେ ଉଚ୍ଚ ଜୁଆର ଉଠି କୂଳ ଖାଇଯାଇଥିଲା । ଯେଉଁଥି ପାଇଁ ଅନେକ ଅଣ୍ଡା ନଷ୍ଟ ହୋଇଥିଲା ।