ବ୍ୟବସାୟିକ ମେଳାରେ ପାରମ୍ପାରିକ ଖାଦ୍ୟର ଆସର । ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନଖାଦ୍ୟ । କେକର ମଜାନେଇଛନ୍ତି ଲୋକ ।

145

କନକ ବ୍ୟୁରୋ: ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକ ଏବେ ସମସ୍ତଙ୍କ ପ୍ରଥମ ଆବଶ୍ୟକତା ପାଲଟିଛି କେକ୍ । କେକ୍ କାଟି ସବୁ ଉତ୍ସବକୁ ଉତ୍ସାହର ସହ ପାଳନ କରୁଛନ୍ତି ଲୋକେ । ବିଶେଷକରି ହାତ ତିଆରି କେକ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ସେହିଭଳି ଜଣେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ କେକ୍ ଏଥର ମହିଳା ବ୍ୟବସାୟିକ ମେଳାରେ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ଖାଇବାକୁ ଫୁଡ଼ କୋର୍ଟରେ ଥିବା ଏହି ଷ୍ଟଲରେ ଜମିଥିଲା ଲୋକଙ୍କ ଗହଳି ।

ବିରିଆନି ନାଁ ଆସିଲେ ପ୍ରାୟ ସମସ୍ତଙ୍କ ପାଟିରୁ ଲାଲ ଆସିଥାଏ । ଏହି ମେଳାରେ ଫୁଡ କୋର୍ଟର ବିରିଆନି ଷ୍ଟଲ ମଧ୍ୟ ବିଶେଷ ଆକର୍ଷଣ ପାଲଟିଥିଲା । ଚିକେନ ବିରିଆନି, ମଟନ ବିରିଆନି, ଭେଜ୍ ବିରିଆନି ଭଳି ବିଭିନ୍ନ ପ୍ରକାରର ବିରିଆନି ଏହି ଷ୍ଟଲରେ ପ୍ରଦର୍ଶିତ ହୋଇଥିଲା । ଯାହାକୁ ଖାଇବାକୁ ଭିଡ଼ ଲଗାଇଲେ ଲୋକେ ।ଅନ୍ୟପଟେ ଏହି ମେଳାରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଦହିବରା, ଆଳୁଦମ, ମାଲପୁଆ, ବାରିପଦା ମୁଢିମାଂସ ଭଳି ଖାଇବା ପରଷି ଲୋକଙ୍କ ମନ ଜିଣିଥିଲା ଗରମାଗମ ଫୁଡ଼ ଷ୍ଟଲ । ଦହିବରା ସାଙ୍ଗକୁ ଆଳୁଦମ ଓ ଘୁଘୁନି ଖାଇ ମଜା ନେଇଥିଲେ ମେଳା ବୁଲିବାକୁ ଆସିଥିବା ଲୋକେ ।

ମେଳା ମହୋତ୍ସବରେ ସାଧାରଣତଃ ଫୁଡ଼ କୋର୍ଟ ପ୍ରତି ଲୋକଙ୍କର ଉତ୍ସାହ ଅଧିକ ରହିଥାଏ । ଭାରତର ପ୍ରଥମ ମହିଳା ବ୍ୟବସାୟିକ ମେଳାରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ଦେଶି ଖାଦ୍ୟର ଭରପୁର ମଜା ଉଠାଇଛନ୍ତି ଲୋକେ ।