ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆରସି, ଘରୋଇ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ

136

କନକ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ୨୦୨୩-୨୪ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆସି । ଏନେଇ ଓଇଆସି ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା , ୨୦୦ ରୁ ୪୦୦ ୟୁନିଟ ପାଇଁ ୫.୮୦ ପଇସା ଏବଂ ୪୦୦ ରୁ ଅଧିକ ୟୁନିଟ ପାଇଁ ୬.୨୦ ପଇସା ରହିଛି । ସେହିପରି ଶୀତଳ ଭଣ୍ଡାର ରେ ଚାଷୀଙ୍କ ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ରିହାତି ଦିଆଯାଇଛି। ପୂର୍ବରୁ ଏହା ୪ ଟଙ୍କା ୬୦ ଥିବା ବେଳେ ଏବେ ୩ ଟଙ୍କା ଦେବାକୁ ହେବ । ସେହିପରି ସାଧାରଣ ଉପଭୋକ୍ତା ଡିଜିଟାଲ ମୋଡ଼ ରେ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ ପୂର୍ବରୁ ଏହା ୩ ପ୍ରତିଶତ ମିଳୁଥିଲା ।

ରେଳବାଇ ରେ ବିକାଶ ଲାଗି ୟୁନିଟ ପିଛା ୨୫ ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଓଇଆରସି । ଗ୍ରାମାଞ୍ଚଳରେ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ଦିଆଯାଇଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ଡିପିଏସ୍ ଛାଡ଼ କରାଯାଇଛି ବା ପେନାଲଟି ପଡିବ ନାହିଁ ବୋଲି କମିଶନ ଶୁଣାଣି କରିଛନ୍ତି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସାଧାରଣ ଉପଭୋକ୍ତାଙ୍କ ନିମନ୍ତେ ଟାରିଫ ବୃଦ୍ଧି ହୋଇନାହିଁ । କମିଶନ ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନେଇ ଫେବୃଆରୀ ୧୩ ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଏଆରଆର ଏବଂ ଟାରିଫ ଶୁଣାଣି କରିଥିଲେ।