ଆଇଟି ସେକ୍ଟରରେ ବଡ କମ୍ପାନୀ ଏସେନଚର କରିବାକୁ ଯାଉଛି ୧୯ହଜାର କର୍ମଚାରୀ ଛଟେଇ, କାରଣ ଭାବେ ଦର୍ଶାଇଲା ବିଶ୍ୱର ଆର୍ଥିକ ମାନ୍ଦାବାସ୍ଥା

209

କନକ ବ୍ୟୁରୋ : ବୃହତ ଆଇଟି କମ୍ପାନୀ ଅସେନଚର ଏବେ କର୍ମଚାରୀ ଛଟେଇ କରିବାକୁ ଯାଉଛି । କମ୍ପାନୀ ତରଫରୁ ଆଜି (ମାର୍ଚ୍ଚ ୨୩) ରେ କୁହାଯାଉଛି କି, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ କମ୍ପାନୀ ତରଫରୁ ୧୯ ହଜାର କର୍ମଚାରୀ ଛଟେଇ କରାଯିବ ।

କମ୍ପାନୀ ତରଫରୁ କୁହାଯାଇଛି କି, କମ୍ପାନୀରେ କାମ କରୁଥିବା ମୋଟ କର୍ମଚାରୀଙ୍କ ମଧ୍ୟରୁ ୨.୫ ପ୍ରତିଶତ କର୍ମଚାରୀ ଛଟେଇ କରାଯିବ । କମ୍ପାନୀ ତରଫରୁ କୁହାଯାଇଛି କି ଏହା ଅଣ-ବିଲ୍ ଯୋଗ୍ୟ କର୍ପୋରେଟ୍ କାର୍ୟ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଅଧିକ ଛଟେଇ କରାଯିବ । କମ୍ପାନୀର ଏଭଳି ନିଷ୍ପତ୍ତି ପରେ ସେୟାର ମାର୍କେଟରେ କମ୍ପାନୀର ସେୟାର ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

୨୦୨୩ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଏସେନଚର ଏହାର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା, ଅଣ ବିଲ ଯୋଗ୍ୟ କର୍ପୋରେଟ କାର୍ଯ୍ୟରେ ସୂଧାର ଆଣିବା ଏବଂ ଅଫିସ ସେସ୍ କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଇଛି । ଏହା ଫଳରେ ଖର୍ଚ୍ଚ ହ୍ରାସ କରାଯାଇପାରିବ ବୋଲି କୁହାଯାଇଛି । ମାନ୍ଦାବସ୍ଥା ଯୋଗୁଁ ପ୍ରଭାବିତ ଟେକ୍ନୋଲୋଜୀ ବଜେଟ୍ ହ୍ରାସ କରିବାର ସମ୍ଭାବନା ଥିବାରୁ କମ୍ପାନୀ ନିକଟରେ ଏହାର ବାର୍ଷିକ ରାଜସ୍ୱ ଏବଂ ଲାଭ ଆକଳନ ହ୍ରାସ କରିଛି । କମ୍ପାନୀର ଆକଳନ ମୁତାବକ ଏହାର ବାର୍ଷିକ ରାଜସ୍ୱ ଅଭିବୃଦ୍ଧି ୮ରୁ ୧୦ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଉଛି । ଯାହା କି, ପୂର୍ବରୁ ୮ ରୁ ୧୧ ପ୍ରତିଶତ ମଧ୍ୟରେ ଥିଲା ।

ସେପଟେ ଚଳିତମାସ ୨୦ ତାରିଖ ସୋମବାର ଦିନ ଆମାଜନ ତରଫରୁ ୯ହଜାର କର୍ମଚାରୀ ଛଟେଇ କରାଯିବ ବୋଲି ଘୋଷଣା କରାଯାଇଛି । ଆମାଜନର ସିଇଓ ଆଣ୍ଡି ଜେସି କର୍ମଚାରୀଙ୍କୁ ପଠାଇଥିବା ମେମୋରେ ଛଟେଇ ବିଷୟରେ ଉଲ୍ଲେଖ କରିଛନ୍ତି ।