କନକ ବ୍ୟୁରୋ: ନବୀନ ନିବାସରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ । ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ ଦୁଇ ରାଜ୍ୟର ସ୍ୱାର୍ଥ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏନେଇ ମିଳିତ ପ୍ରତିକ୍ରିୟା ଦେଇଥିବା ବେଳେ ସାକ୍ଷାତକାର ବେଳେ ଦୁହେଁ ଦୁହିଁଙ୍କୁ ଭେଟି ଦେଇଛନ୍ତି ଉପହାର ।
Kanak News is now on WhatsApp
Join and get latest news updates delivered to you via WhatsApp
ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସାଲ୍ ଉପହାର ଦେଇଥିବା ବେଳେ ନବୀନ ମମତାଙ୍କୁ ଉପହାର ସ୍ୱରୁପ ଛେନାପୋଡ ଦେଇଛନ୍ତି । ତା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଏବଂ ତିନି ରଥର ପ୍ରତିକୃର୍ତ୍ତି ଦେଇ ନବୀନ ନିବାସକୁ ସ୍ୱାଗତ କରିଥିଲେ ।
ତେବେ ଜଗନ୍ନାଥପ୍ରେମୀ ମମତା ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଥିବା କହିଛନ୍ତି । ଆଉ ଏଥିପାଇଁ ନବୀନଙ୍କୁ ପଶ୍ଚିମବଙ୍ଗ ଯିବାକୁ ମମତା ନିମନ୍ତ୍ରଣ କରିଛନ୍ତି । ସେପଟେ ନବୀନଙ୍କ ଆତିଥେୟତା ଏବଂ ଅଫିସରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମମତା ।
ଦୁଇ ମୁଖ୍ୟମନ୍ତ୍ରୀ ଭେଟଘାଟକୁ ନେଇ ୨୦୨୪ ନିର୍ବାଚନ ଓ ତୃତୀୟ ସାମୁଖ୍ୟ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ମମତା କହିଛନ୍ତି, ନିର୍ବାଚନକୁ ଆହୁରି ବର୍ଷେ ଅଛି । ଏନେଇ କିଛି ଆଲୋଚନା ହେଇନି ।