ଆତଙ୍କବାଦୀକୁ ନେଇ ଓଡ଼ିଶାରେ ଚିନ୍ତା : କେତେେବେଳ ଲୁଚୁଛନ୍ତି, କେତେବେଳ ଲିଙ୍କରେ ଧରାପଡ଼ୁଛନ୍ତି । ରାଉରକେଲାରୁ କେନ୍ଦ୍ରାପଡ଼ା ଭାୟା କଟକ

44

କନକ ବ୍ୟୁରୋ : ଓଡ଼ିଶା ସହ ଆତଙ୍କବାଦୀ ଲିଙ୍କ୍ । ଆତଙ୍କବାଦୀକୁ ନେଇ ଚିନ୍ତାରେ ଓଡ଼ିଶା । ଓଡ଼ିଶା ସହ କୁଖ୍ୟାତ ଆତଙ୍କବାଦୀ ସଂଗଠନର ଲିଙ୍କ୍ ନେଇ ଅନେକ ସମୟରେ ଖବର ଆସୁଛି । ରାଜ୍ୟରେ ବିଭିନ୍ନ ସମୟରେ ଆତଙ୍କବାଦ କାର୍ଯ୍ୟକଳାପ ବଢ଼ୁଥିବା ନେଇ ପୋଲିସ ମଧ୍ୟ ଉଦବେଗ ପ୍ରକାଶ କରିଛି । ଏକ ବର୍ଷ ମଧ୍ୟରେ ରାଜ୍ୟର ପ୍ରମୁଖ ଜିଲ୍ଲା ଗୁଡ଼ିକରେ ଆତଙ୍କବାଦୀ ସଂଗଠନ ଲିଙ୍କ୍ ଥିବା ନଜର ଆସିଛି । ଆତଙ୍କବାଦୀ ଲିଙ୍କରେ ଗତକାଲି କେନ୍ଦ୍ରାପ୍ରଡ଼ାର ହବିବୁର ରେହମାନକୁ ଦିଲ୍ଲୀରୁ ଗିରଫ କରିଛି ଏନଆଇଏ । ଲସ୍କର-ଇ-ତୋଇବା ସହ ସହ ହିବିବୁର ରେହମାନଙ୍କ ସମ୍ପର୍କ ଥିଲା ବୋଲି ଜଣାପଡ଼ିଛି । ହବିବୁର ରେହମାନ ଘର କେନ୍ଦ୍ରାପଡା ପାଟକୁରା ଥାନା ତେଣ୍ଡାକୁଡା ଗାଁରେ ବୋଲି ଜଣାପଡିଛି । ହବିବୁର ସାଉଦି ଆରବର ରିଆଦରେ ରହୁଥିଲା । ହବିବୁର ସୋମବାର ବିମାନଯୋଗେ ଦିଲ୍ଲୀ ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରେ ଓଲ୍ହାଇବା ପରେ ଏନଆଇଏ ତାକୁ ଗିରଫ କରିଥିଲା । ତେବେ ହବିବୁରଙ୍କୁ ରିମାଣ୍ଡରେ ଆଣିବା ସହ ପଚରାଉଚରା କରୁଛି ଏନଆଇ ଟିମ୍ । ୨୦୦୬ ମସିହାରେ ଭାଇ ବାହାଘରସ୍ୱାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଦେଶରେ ଏବେ ହାଇଆଲର୍ଟ ଜାରି ହୋଇଛି ।

ପାକିସ୍ତାନ ଆତଙ୍କବାଦୀ ଶେଖ ଅବଦୁଲ ନଇମ ସହ ହବିବୁରର ସର୍ମ୍ପକ ଥିବା ଜଣାପଡିଛି । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଘନିଷ୍ଠ ସହଯୋଗୀ ହେଉଛି ଶେଖ ଅବଦୁଲ ନଇମ । ହବିବୁର ରେହମାନ ମୁଖ୍ୟତଃ ଶେଖ ଅବଦୁଲ ନଇମ ପାଇଁ ଟଙ୍କା ଯୋଗାଡ କରିବା ଓ ଲୁଚାଇ ରଖିବା ପାଇଁ କାର୍ୟ୍ୟ କରୁଥିଲା । ପୂର୍ବରୁ ହବିବୁର ରେହମାନ ନାଁରେ ଏନବିଡବ୍ଲୁ ମଧ୍ୟ ରହିଛି । ହବିବୁର ଲସ୍କର-ଇ- ତଇବାର ଆତଙ୍କବାଦୀ କମାଣ୍ଡର ମାନଙ୍କୁ ଭାରତରେ ଆତଙ୍କୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଓ ବାଂଲାଦେଶ ସୀମାନ୍ତ ଦେଇ ଭାରତ ମଧ୍ୟକୁ ପଠାଇଥାଏ ।

କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ଓଡ଼ିଶା ସହ ରହିଛି ଆତଙ୍କବାଦୀ ଲିଙ୍କ୍ । ୨୦୧୬ ଫେବୃୟାରୀ ୧୭ ତାରିଖରେ ଷ୍ଟୁଡେଂଟ ଇସ୍ଲାମିକ ମୁଭମେଂଟ ଅଫ ଇଣ୍ଡିଆ (ସିମି)ର ୫ ଜଣ ଆତଙ୍କବାଦୀକୁ ରାଉରକେଲାରୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ସାମିଲ ଥିଲେ । ତାଙ୍କ ପାଖରୁ ନିକଟରୁ ୩ଟି ପିସ୍ତଲ, ୧୧ ରାଉଣ୍ଡ ଗୁଳି ଓ ୭ଟି ମୋବାଇଲ ଫୋନ ଜବତ କରାଯାଇଥିଲା । ନକଲି ପରିଚୟପତ୍ର ଓ ନକଲି ପାସପୋର୍ଟ ବି ଜବତ କରିଥିଲା ପୋଲିସ ।

୨୦୧୬ରେ ଆଉ ଜଣେ ଆତଙ୍କବାଦୀ ଓଡ଼ିଶାରୁ ଗିରଫ ହୋଇଥିଲେ । କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ମୌଲାନା ଅବଦୁର ରେହମାନକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ରେହମାନ୍ ବାଙ୍କୀରେ ଏକ ମଦ୍ରାସା କରି ସେଠାରେ ପଢୁଥିବା ପିଲାଙ୍କୁ ଆତଙ୍କବାଦ ବାବଦରେ ପ୍ରୋତ୍ସାହନ ଦେଉଥିଲା । ଏହାସହ ସେ ଅଲକାଏଦାରେ ନିଯୁକ୍ତି ଦେଉଥିଲା ।