ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର । ଯକୃତ ନଷ୍ଟ ହୋଇଥିବା କହିଲେ ଅଭିନେତା

475

କନକ ବ୍ୟୁରୋ: ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ପିଣ୍ଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ନିଜର ନିଆରା ଠାଣି ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ସବୁବେଳେ ସମସ୍ତଙ୍କୁ ମନୋରଞ୍ଜନ ଦେଉଥିବା ପିଣ୍ଟୁ ନନ୍ଦ କିନ୍ତୁ ଏବେ ଗୁରୁତର ହୋଇପଡିଛନ୍ତି । ଗୁରୁତର ଯକୃତ ଜନିତ ସମସ୍ୟାରେ ପୀଡିତ ହୋଇଛନ୍ତି ଏହି ଅଭିନେତା । ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେ ଏବେ ଘରକୁ ଫେରିଛନ୍ତି । ତେବେ ଯକୃତ ପ୍ରତ୍ୟାରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ ହେବ ବୋଲି ସେ କହିଛନ୍ତି ।

ପିଣ୍ଟୁଙ୍କ ଅସୁସ୍ଥତା ଖବର ଓଲିଉଡ ଜଗତରେ ଦୁଃଖର ବାତାବରଣ ଖେଳାଇଦେଇଛି । ପିଣ୍ଟୁଙ୍କର ଆଶୁ ଆରୋଗ୍ୟ କାମନା କରିଛିି ପୁରା ଓଲିଉଡ । ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ବହୁ ଟଙ୍କାର ଆବଶ୍ୟକତା ଥିବାରୁ ଏଥିପାଇଁ ତାଙ୍କ ପରିବାର ଲୋକଙ୍କ ସମେତ ଓଲିଉଡ ବି ଆଗେଇ ଆସିଛି । ତେବେ ଏ ସବୁ ଭିତରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାବେଳେ ସରକାରଙ୍କଠାରୁ ସହାୟତା ଲୋଡିଛି ଓଲିଉଡ ।