ନବୀନଙ୍କ ନୂଆ ଟିମରେ ଶପଥ ନେଲେ ନିରଞ୍ଜନ ପୂଜାରୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

159

କନକ ବ୍ୟୁରୋ: ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଲେ ନିରଞ୍ଜନ ପୂଜାରୀ । ପୂର୍ବରୁ ନବୀନ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ନିରଞ୍ଜନ । ସୋନପୁର ବିଧାୟକ ଭାବେ ବିଜେଡିର ଗଡ଼ ବଜାୟ ରଖି ନବୀନଙ୍କ ଭରସା ଜିତି ପୁଣି ଥରେ ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ନିରଞ୍ଜନ ପୂଜାରୀ । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।