ମୁଁ ପ୍ରମିଳା ମଲ୍ଲିକ ଇଶ୍ୱରଙ୍କ ନାଁରେ ଶପଥ ନେଉଛି…

116

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରମିଳା ମଲ୍ଳିକ ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଯାଜପୁର ବିଞ୍ଝାରପୁର ବିଧାୟିକା ଭାବେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇସାରିଛନ୍ତି । ତେବେ ନବୀନଙ୍କ ଚତୁର୍ଥ ପାଳିରେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରମିଳାଙ୍କୁ ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି ନବୀନ ପଟ୍ଟନାୟକ । ଏଥର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।