‘ଅଗ୍ନିବୀର’ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି । ଖୁବ୍ ଶିଘ୍ର ଆରମ୍ଭ ହେବ ନାଁ ପଞ୍ଜିକରଣ

326

କନକ ବ୍ୟୁରୋ: ସେନା ଜାରି କଲା ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ ନୋଟିଫିକେସନ୍ । joinindianarmy.nic.in ୱେବସାଇଟ୍ ଭିଜିଟ୍ କରି ଏ ବାବଦରେ ସବିଶେଷ ସୂଚନା ପାଇହେବ । ଏହି ଯୋଜନା ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ ଜାରି ରହିଥିବା ବେଳେ ଭାରତୀୟ ସେନା ସୋମବାର ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ତାରିଖ ପ୍ରକାଶ କରିଛି। ନିଯୁକ୍ତି ପାଇଁ ଉପରୋକ୍ତ ୱେସାଇଟ ରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ତେବେ ଏଥିରେ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ତାରିଖ ପ୍ରକାଶ ପାଇଛି ।

ବାୟୁ ସେନା ପାଇଁ ଜୁନ୍ ୨୪ ତାରିଖରୁ ନାଁ ପଞ୍ଜିକରଣ ଆରମ୍ଭ ହେଉଥିବାବେଳେ ନୌସେନା ପାଇଁ ନାଁ ପଞ୍ଜିକରଣ ଜୁନ୍ ୨୫ ତାରିଖରୁ ଆରମ୍ଭ ହେଉଛି । ସେହିପରି ସ୍ଥଳସେନା ପାଇଁ ନାମ ପଞ୍ଜିକରଣ ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ।

ଭାରତୀୟ ସ୍ଥଳସେନାର ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଭାବେ ସାମିଲ ହେବାକୁ ଚାହୁଁଥିବା ଯୁବକମାନେ ସର୍ବନିମ୍ନ ୮ମ ରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ସେପଟେ ଅଗ୍ନିବୀରମାନେ ସ୍ଥଳସେନାର ୪ ଟି ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଜେନରାଲ ଡ୍ୟୁଟି, ଟେକ୍ନିକାଲ, କ୍ଲର୍କ ଓ ଟ୍ରେଡସମ୍ୟାନ ଭାବେ ୪ ଟି ବିଭାଗ ରଖା ଯାଇଛି ।