ନିଆଳିରୁ ପୁଣି ଆସିଲା ମେଣ୍ଢା ମୃତ୍ୟୁର ଖବର : ପୋଖରୀ ଗାଁରେ ଗତ ରାତିରେ ଗୋଟିଏ ମେଣ୍ଢାକୁ ଖାଇଲା ଅଜଣା ଜନ୍ତୁ

48

କନକ ବ୍ୟୁରୋ : ନିଆଳିରେ କନକ ନ୍ୟୁଜ୍ ହେଟା ବାଘର ଚିତ୍ର ଠାବ କରିବା ପରେ ସାରା ଅଂଚଳରେ ଆତଙ୍କର ବାତାବରଣ । ସେପଟେ ଜାରି ରହିଛି ମେଣ୍ଢା ମଡ଼କ । ବାହାରଣା ଗାଁରେ ପୁଣି ଦୁଇଟି ମେଣ୍ଢାଙ୍କୁ ମାରିଛି ଜଙ୍ଗଲୀ ଜୀବ । ଅସନ୍ତୁଷ୍ଟ ଗ୍ରାମବାସୀ ବନବିଭାଗ କର୍ମଚାରୀଙ୍କୁ କିଛି ଘଂଟା ପାଇଁ ଅଟକ ରଖିଥିଲେ । ପରେ ଗାଁ ଲୋକେ ଓ ବନବିଭାଗ କର୍ମଚାରୀ ମିଶି ସର୍ଚ୍ଚ ଅପରେସନ୍ କରିଛନ୍ତି ।

ହିଡ, ବୁଦା ଓ ବିଲ ବୁଲି ବୁଲି ଜନ୍ତୁକୁ ଖୋଜାଯାଇଛି । ହାତରେ ବାଡି, ଓ ଲାଠି ଧରି ହେଟାବାଘର ସନ୍ଧାନ କରାଯାଉଛି । ବୁଦା ମୂଳରେ ବାଣ ଫୁଟାଯାଇଛି । ତେବେ ରାତିରେ ଶିକାର କରୁଥିବା ଏହି ଅଜଣା ଜନ୍ତୁକୁ ଦିନରେ ଠାବ କରିବା ଏତେ ସହଜ ହୋଇନି । ତେବେ ଜଙ୍ଗଲୀ ଜୀବର ପାଦ ଚିହ୍ନ ଦେଖି ଏହାକୁ ରାମଶିଆଳ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ । ତାକୁ ଠାବ କରିବାକୁ ଯନ୍ତା ଓ ଟ୍ରାପ୍ କ୍ୟାମେରା ଲଗାଯିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।