ଟି-୨୦ ସିରିଜ୍ ପୂର୍ବରୁ ନୂଆ କୋଚ୍ ଓ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀ: ରାହୁଲ ଦ୍ରାବିଡଙ୍କ କହିଲେ, କ୍ରିକେଟର ନୁହଁନ୍ତି ମେସିନ୍

268

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-ଟ୍ୱେଂଟି ସିରିଜ ପୂର୍ବରୁ ପ୍ରଥମ ଥର ପାଇଁ ଏକାଠି ନଜର ଆସିଲେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଡ୍ରାଭିଡ । ମଙ୍ଗଲବାର ଦୁହିଁଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ କ୍ୟାପଟେନ-କୋଚ ଯୋଡି ପରେ ଏବେ ରୋହିତ ଡ୍ରାବିଡ ଓ ରୋହିତ ଶର୍ମାଙ୍କ ଯୋଡିରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ମିଳିବ ।

ଭାରତୀୟ କ୍ରିକେଟ୍ ଟିମ୍ର ନୂଆ କୋଚ୍ ଭାବେ ଦାୟିତ୍ୱ ନେବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ରାହୁଲ ଦ୍ରାବିଡ୍ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଂଟି ସିରିଜ୍ ଆରମ୍ଭ ହେବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କିଛି ଏପରି ମନ୍ତବ୍ୟ ରଖିଛନ୍ତି ଭାରତୀୟ ଦଳର ନୂଆ କୋଚ୍ । ବୁଧବାରଠାରୁ ନିୟୁଜିଲ୍ୟାଣ୍ଡ ବିପକ୍ଷରେ ଟି –ଟ୍ୱେଂଟି ସିରିଜ ଆରମ୍ଭ କରିବ ଭାରତ । ଆଉ ଏଥର ଟି-ଟ୍ୱେଂଟି ଅଧିନାୟକ ଦାୟିତ୍ୱ ତୁଲାଇବେ ଭାରତୀୟ ଦଳର ଓପନର ରୋହିତ ଶର୍ମା । ସେହିପରି କ୍ରିକେଟର ଦି ୱାଲ ଭାବରେ ପରିିଚିତ ରାହୁଲ ଡ୍ରାବିଡ ଏବେ ଭାରତୀୟ ଦଳର ନୂଆ କୋଚ ଭାବେ ଦାୟିତ୍ୱ ତୁଲାଇବେ । ଆଉ ମ୍ୟାଚ୍ ପୂର୍ବରୁ ଦୁହେଁ ମିଳିତ ଭାବେ ସାମ୍ବାଦିକ ସମ୍ମଳିନୀ କରିଛନ୍ତି ।

ପ୍ରେସ କନଫରେନସରେ ଦ୍ରାବିଡ କହିଛନ୍ତି ଏବେ ସେ କୋହଲି ଓ ରୋହିତଙ୍କ ସହ ଅଳ୍ପ କିଛି ଖେଳାଳୀଙ୍କ ସହ ହିଁ କଥା ହେଇପାରିଛନ୍ତି । ଏବେ ସେ କାମ ଆରମ୍ଭ କରିଛନ୍ତି । ଆହୁରି ଅନେକ ଜିନିଷ ବୁଝିବାକୁ ବାକି ଅଛି ବୋଲି କହିଛନ୍ତି ରାହୁଲ ଦ୍ରାବିଡ୍ । ତେବେ କୌଣସି ନିଦ୍ଦିଷ୍ଟ ଫରମାଟ ବିଷୟକୁ ପ୍ରାସଙ୍ଗିଗତା ନଦେଇ ସବୁ ଫରମାଟ ଜରୁରୀ ବୋଲି ଦର୍ଶାଇଛନ୍ତି ରାହୁଲ ଡ୍ରାବିଡ । ସେହିପରି ଟିମ ପାଖରୁ ଭଲ ପ୍ରଦର୍ଶନ ପାଇଁ ଆଶା ଥିବା କହିଛନ୍ତି ରୋହିତ ଶର୍ମା ।

ଟି-ଟ୍ୱେଂଟି ବିଶ୍ୱକପରେ ପ୍ଲେ ଅଫରୁ ବିଦାୟ ପରେ ଭାରତୀୟ ଟିମକୁ ଜୋରଦାର ସମାଲୋଚନାକୁ ସାମନା କରିବାକୁ ପଡିଥିଲା । ଯାହା ଫଳରେ ନ୍ୟୁଜିଲାଣ୍ଡ ସହ ସିରିଜ୍ ପୂର୍ବରୁ ନୂଆ କୋଚ୍ ଓ ନୂଆ ଅଧିନାୟକଙ୍କ ଅଧିନରେ ଜୋରଦାର ପ୍ରସ୍ତୁତି କରିଛି ଟିମ୍ ଇଣ୍ଡିଆ ।