ଭୁବନେଶ୍ୱରରେ ଅସମ୍ଭାଳ ହେଉଛି ସ୍ଥିତି । ୨୪ ଘଣ୍ଟାରେ ପୁଣି ୧୧୧ ପଜିଟିଭ । ୧୮୦୦ ଡେଇଁଲା ଭୁବନେଶ୍ୱରର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
କନକ ବ୍ୟୁରୋ: ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୨ଜଣ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୯ଟି ସ୍ଥାନୀୟ ସଂକ୍ରମଣ ରହିଥିବା ନେଇ ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ। ଏହାକୁ ମିଶାଇ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮ରେ ପହଞ୍ଚିଥିବା ବେଳେ ଆଜି ସୁସ୍ଥ ହୋଇଥିବା ୨୯ଜଣଙ୍କୁ ମିଶାଇ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮୬୩ରେ ପହଞ୍ଚିଛି। ସମ୍ପ୍ରତି ୯୬୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ଏବଂ ୧୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଅଧିକ କଣ୍ଟାକ୍ଟ୍ ଟ୍ରେସିଙ୍ଗ୍ ଚାଲିଛି। ପ୍ରାଥମିକ କଣ୍ଟାକ୍ଟ୍ ଏବଂ ଆଖପାଖର ଘର, କ୍ବାରେଣ୍ଟିନକୁ ସାନିଟାଇଜ୍ କରାଯାଉଛି ବୋଲି କହିଛି ମହାନଗର ନିଗମ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ରାଜ୍ୟରେ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି। ଗଞ୍ଜାମରୁ ସର୍ବାଧିକ ୫୬୦ ଓ ଖୋର୍ଦ୍ଧାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ଗଜପତି ଜିଲ୍ଲାରୁ ୯୦ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।